Report Card Odisha

| Daily Odia News

ବୀରଭୂମି ହିଂସା ଘଟଣାରେ ଜଣଙ୍କୁ ବାନ୍ଧିଲା ଏନ୍‌ଆଇଏ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କଟକ ଓ ଭୁବନେଶ୍ୱରରେ NIA ଟିମ ପକ୍ଷରୁ ଚଢ଼ାଉ ଜାରି ରହିଛି । ବୀରଭୂମି ହିଂସା ଘଟଣାରେ ଅଭିଯୁକ୍ତ ରତନ ପରମାଣିକଙ୍କୁ ଆଜି ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୨୧ରେ ହୋଇଥିଲା ବୀରଭୂମି ହିଂସା। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ବୀରଭୂମି ହିଂସାକାଣ୍ଡରେ ସାମିଲ ଥିବା ରତନ ପରମାଣିକ ଭୁବନେଶ୍ୱର ପାଣ୍ଡରାରେ ଲୁଚି ରହିଥିବା ନେଇ ଏନ୍‌ଆଇଏକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଏନ୍‌ଆଇଏ ଟିମ୍‌ ଭୁବନେଶ୍ୱର ସ୍ଥିତ ପାଣ୍ଡରାରେ ଚଢାଉ କରି ରତନକୁ ଗିରଫ କରିଛି । ୪୨ ବର୍ଷୀୟ ରତନର ଘର ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାର ପଶ୍ଚିମ ଭାଗମାରି ଗାଁରେ। ତେବେ ଏନ୍‌ଆଇଏ କେସ୍ ନମ୍ବର RC ୩/୨୨ ରେ ରତନ ନାଁରେ ମାମଲା ରୁଜୁ ହୋଇଥିଲା। ଏହାବ୍ୟତୀତ ତା ନାଁରେ ଆଇପିସି ୧୨୦ବି, ୨୮୬, ୩୨୬,୩୪ ଧାରା ଲାଗିଛି।ସେହିପରି ସେକ୍ସନ ୩ ଓ ୪ ବେଆଇନ ଗୋଳା ବାରୁଦ ରଖିବା ଆକ୍ଟ ମଧ୍ୟ ଲାଗିଛି। ତେବେ ରତନକୁ ଗିରଫ ପରେ କୋର୍ଟରେ ହାଜର କରି ୩ ଦିନିଆ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ନେଇଛି ଏନ୍‌ଆଇଏ ଟିମ୍‌ । ଏନେଇ ଓକିଲ ଏ ଚାନ୍ଦ ସୂଚନା ଦେଇଛନ୍ତି ।

 

Breaking News