ରିପୋର୍ଟ କାର୍ଡ / ରାଜଗାଙ୍ଗପୁର
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ଅଲଣ୍ଡା ପଞ୍ଚାୟତ ଗରିଆମାଲ ଗାଁରେ | ଯୁବକ ଦୁଇଜଣ ଗାଁ ପୋଖରୀ ନିକଟରେ ହକି ଖେଳି ଫେରିବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି । ସୂଚନା ଅନୁଯାୟୀ ଉକ୍ତ ଯୁବକ ଦୁଇଜଣ ଗାଁ ପୋଖରୀ ନିକଟରେ ହକି ଖେଳୁଥିଲେ । ଖେଳିସାରିବା ପରେ ନିକଟରେ ପଡ଼ିଥିବା ଏକ ପୋଲକୁ ଉଠାଇବାକୁ ଚେଷ୍ଟା କରିଥିଲେ । ପୋଲଟିକୁ ଉଠାଇବା ବେଳେ ସେମାନେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ପରେ ପରେ ତାଙ୍କୁ ଉଦ୍ଧାର କରାଯାଇ ରାଜଗାଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……