Report Card Odisha

| Daily Odia News

ରୌପ୍ୟଜୟନ୍ତୀ ଅବସରରେ ଡି.ଏ.ଭି କଳିଙ୍ଗ ନଗରଠାରେ ଆନ୍ତଃ ବିଦ୍ୟାଳୟ ପାଠଚକ୍ର ଅନୁଷ୍ଠିତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଡି.ଏ.ଭି ପବ୍ଲିକ ସ୍କୁଲ କଳିଙ୍ଗ ନଗରର ରୌପ୍ୟ ଜୟନ୍ତୀ ବର୍ଷ ପାଳନ ଅବସରରେ ଇମ୍‌ପ୍ୟାକ୍ଟ ଅଫ୍ ୟୁକ୍ରେନ ୱାର ଅନ୍ ଇଣ୍ଡିଆଜ୍ ଫରେନ୍ ରିଲେସନ୍‌ସ୍ ଉପରେ ଏକ ଆନ୍ତଃ ବିଦ୍ୟାଳୟ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପାଠଚକ୍ରରେ ସହଦୋୟ କମ୍ପେକ୍ସ ଅନ୍ତର୍ଗତ୧୪ଟି ବିଦ୍ୟାଳୟର ୪୨ଜଣ ଛାତ୍ରଛାତ୍ରୀ ଅତ୍ୟନ୍ତ ଉତ୍ସୁକତା ସହ ଏଥିରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ୍ କୁମାର ସାହୁ ସ୍ୱାଗତ ଭାଷଣ ଦେବା ସହିତ ପ୍ରତିଯୋଗୀ ଛାତ୍ରଛାତ୍ରୀ, ସେମାନଙ୍କୁ ମାର୍ଗଦର୍ଶନ ଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ତଥା ସଂପୃକ୍ତ ବିଦ୍ୟାଳୟର ମୁଖ୍ୟମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଅତି ଚମତ୍କାର ଭାବରେ ଛାତ୍ରଛାତ୍ରୀମାନେ ବିଷୟବସ୍ତୁକୁ ଉପସ୍ଥାପନ କରିଥିଲେ । ଏହି ପ୍ରତିଯୋଗିତାରେ ଏଲ୍‌.ଆର୍‌ ଡି.ଏ.ଭି ପବ୍ଲିକ ସ୍କୁଲ, କଟକ ଏବଂ ଡି.ଏ.ଭି ପବ୍ଲିକ ସ୍କୁଲ କଳିଙ୍ଗ ନଗର, ଭୁବନେଶ୍ୱର ଯୁଗ୍ମ ପ୍ରଥମ, ସେଌକ୍ଷଗ୍ଧ; ଜାଭିଅର ହାଇସ୍କୁଲ, କେଦାରଗୌରୀ ଦ୍ୱିତୀୟ, ଡି.ଏ.ଭି ପବ୍ଲିକ ସ୍କୁଲ ୟୁନିଟ୍ – ୮ ଏବଂ କିଟ୍ ଇଌକ୍ଷଗ୍ଧ;ରନ୍ୟାସନାଲ ସ୍କୁଲ,ଭୁବନେଶ୍ୱର ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପୂର୍ବତନ ପ୍ରାଧ୍ୟାପକ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ଏବଂ କିଟ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଇଂରାଜୀ ବିଭାଗର ପ୍ରାଧ୍ୟାପକ ଡକ୍ଟର ରାଜୀବ କୁମାର ପଣ୍ଡା ବିଚାରକ ଭାବେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅଭିବାଦନ ଜଣାଇଥିଲେ ।  ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଭାବବ୍ୟକ୍ତ କରିବାର ଏହି ଉତ୍ସୁକତାକୁ ବଳବତ୍ତର ରଖିବା ପାଇଁ ଆହ୍ୱାନ କରିଥିଲେ । ରୌପ୍ୟ ଜୟନ୍ତୀର ପାଠଚକ୍ର କମିଟିଙ୍କ ପ୍ରରୋଚନାରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା ।

Breaking News