ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲକ୍ଷ ଲକ୍ଷ ଟଙ୍କା ଖୋଳ କରି ବୟଫ୍ରେଣ୍ଡଙ୍କ ଆକାଉଣ୍ଟ କୁ ଦେଇଥିଲେ ଲେଡି ଆକାଉଣ୍ଟାଣ୍ଟ। ନିଜ ପଦର ଅପବ୍ୟବହାର କରି କଲେଜ ଆକାଉଣ୍ଟରୁ ୯୭ ଲକ୍ଷ ଟଙ୍କା ଲୁଟି ପଠାଇଥିଲେ ବୟଫ୍ରେଣ୍ଡକୁ | ଏହି ଘଟଣାରେ ଆକାଉଣ୍ଟାଣ୍ଟଙ୍କୁ ପୂର୍ବରୁ ପୋଲିସ ବାନ୍ଧିଥିବା ବେଳେ ଏବେ ଧରା ପଡ଼ିଛି ତାଙ୍କ ବୟଫ୍ରେଣ୍ଡ ବିକାଶ କୁମାର । ଆଜି ବିକାଶ କୁମାରଙ୍କୁ ଝାଡଖଣ୍ଡରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଆଣିଛି କମିଶନରେଟ୍ ପୋଲିସ । ଲୁଟ୍ ଘଟଣାର ଗୁମର ଖୋଲିବାକୁ ବିକାଶଙ୍କୁ ଜେରା କରୁଛି ତମାଣ୍ଡୋ ପୋଲିସ । ଅଭିଯୋଗ ଅନୁଯାୟୀ, ଲେଡି ଆକାଉଣ୍ଟାଣ୍ଟଜଣଙ୍କର କଲେଜର ପୂର୍ବତନ ଛାତ୍ର ବିକାଶଙ୍କ ସହ ଭାବ ଦିଆନିଆ ଆରମ୍ଭ ହୋଇଥିଲା। ଧିରେ ଧିରେ ଏହା ପ୍ରେମର ରୂପ ନେଲା। ବୟସରେ ସାନ ହେଲେ ବି ଲେଡି ଆକାଉଣ୍ଟାଣ୍ଟଙ୍କ ସହ ତାଙ୍କର ଥିଲା ଘନିଷ୍ଠ ସଂପର୍କ । ପାଠ ପଢ଼ା ସରିବା ପରେ ବିକାଶ ନିଜ ଘର ଝାଡଖଣ୍ଡକୁ ପଳାଇଥିଲେ । ହେଲେ ଫୋନ୍ରେ ଦୁହିଁଙ୍କର କଥାବାର୍ତ୍ତା ଜାରିରହିଥିଲା। ଏହା ମଧ୍ୟରେ ବିଭିନ୍ନ ଆଳ କରି ବିକାଶ ପାୟଲଙ୍କଠୁ ହାତେଇ ନେଇଥିଲେ ୯୭ ଲକ୍ଷ ଟଙ୍କା । କଲେଜ ଟଙ୍କାକୁ ହଡ଼ପ କରି ଫୋନ ପେ’ ଓ ଆକାଉଣ୍ଟ ଟ୍ରାନ୍ସଫର ଜରିଆରେ ବୟଫ୍ରେଣ୍ଡକୁ ପଠାଇ ଚାଲିଥିଲେ ଆକାଉଣ୍ଟାଣ୍ଟଜଣକ । ପାୟଲ ଙ୍କ ଗତିବିଧି ଉପରେ ସନ୍ଦେହ କରି କଲେଜ ପକ୍ଷରୁ ଅଡିଟି ହୋଇଥିଲା। ଯେଉଁଥିରେ ସେ ପ୍ରାୟ ୯୭ ଲକ୍ଷ ଟଙ୍କା ହଡ଼ପ କରିଥିବା ଜଣାପଡ଼ିଥିଲା। କଲେଜ ପକ୍ଷରୁ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..