Report Card Odisha

| Daily Odia News

କଂଗ୍ରେସକୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

‘ବିଜେପି’ ସରକାର ଦେଶବାସୀଙ୍କ ନିକଟରେ ସବୁଠୁ ଅଧିକ ଲାଭ ପହଞ୍ଚାଉଛି କହି ଜର୍ମାନିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଭାରତୀୟ ସମ୍ପ୍ରଦାୟର ୧୬୦୦ରୁ ଊର୍ଦ୍ଧ୍ବ ଜନତାଙ୍କୁ ଉଦ୍‌ବୋଧନ ଦେବା ବେଳେ ସେ କହିଲେ, କାହାର ପଞ୍ଝା ସେ ୮୫ ପଇସା ନେଇଯାଉଥିଲା| ଉଲ୍ଲେଖ ଯୋଗ୍ୟ ଦେଶ ଯେତେ ଉପାର୍ଜନ କରୁଛି ସେଥିରୁ କାଣିଚାଏ ମାତ୍ର ଜନସାଧାରଣଙ୍କ ପାଖକୁ ଯାଉଛି ବୋଲି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଦେଶ୍ୟ କରି ପ୍ରଧାନମନ୍ତ୍ରୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଅତୀତରେ ଭାରତର ସୁପ୍ରିମ୍‌ କୋର୍ଟ ମଧ୍ୟ ଏ କଥା କହିଥିଲେ। ଦେଶର ବିକାଶରୁ ଲୋକେ ଉପକୃତ ହେଉଛନ୍ତି ବୋଲି ନିଜର କୃତୀତ୍ବ ଉପରେ ଆଲୋକପାତ କରି ‘ବିଜେପି’ ଅନେକ ଥର ଏଭଳି ମନ୍ତବ୍ୟ ଦେଇ ଆସୁଛି। ଜର୍ମାନିରେ ସମବେତ ଭାରତୀୟ ସମ୍ପ୍ରଦାୟଙ୍କୁ ପ୍ରଧାନମନ୍ତ୍ରୀ କହିଲେ, ଆଜି ଭାରତ ଶାସନରେ ପ୍ରଯୁକ୍ତିବିଦ୍ୟାକୁ ଯେଭଳି ଉପଯୋଗ କରାଯାଉଛି, ତାହା ନୂଆ ଭାରତର ରାଜନୈତିକ ଇଚ୍ଛାର ପରିପ୍ରକାଶ କରୁଛି। ଏବେ କୌଣସି ପ୍ରଧାନମନ୍ତ୍ରୀ କହିବେ ନାହିଁ ଯେ, ଦିଲ୍ଲୀରୁ ମୁଁ ୧ ଟଙ୍କା ପଠାଇଲି କିନ୍ତୁ, ଜନତାଙ୍କ ପାଖର ମାତ୍ର ୧୫ ପଇସା ପହଞ୍ଚୁଛି। ଉଲ୍ଲେଖଯୋଗ୍ୟ, ଗତ ୮ ବର୍ଷ ହେବ ପ୍ରଧାନମନ୍ତ୍ରୀ କହୁଛନ୍ତି, ‘ଡାଇରେକ୍ଟ୍‌ ବେନିଫିଟ୍‌ ଟ୍ରାନ୍‌ସ୍‌ଫର’ ଜରିଆରେ ସରକାର ହିତାଧିକାରୀମାନଙ୍କ ପାଖକୁ ୨୨ ଲକ୍ଷ କୋଟିରୁ ଅଧିକ ଅର୍ଥ ପଠାଇ ସାରିଲେଣି। ଜର୍ମାନିରେ ଥିବା ଭାରତୀୟ ବଂଶୋଦ୍ଭବମାନଙ୍କୁ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ନୂଆ ଭାରତ ଆଉ କେବଳ ସୁରକ୍ଷିତ ଭବିଷ୍ୟତ କଥା ଭାବୁ ନାହିଁ, କ୍ଷତି ହେବାର ସମ୍ଭାବନା ଥିବା କାମ ହାତକୁ ନେଉଛି, ନୂଆ ଚିନ୍ତା କରୁଛି ଏବଂ ତା’ର ବିକାଶ କରୁଛି। ମୋର ମନେଅଛି, ୨୦୧୪ ବେଳକୁ ଦେଶରେ ମାତ୍ର ୨୦୦ରୁ ୪୦୦ ନୂତନ ଉଦ୍ୟୋଗ ଥିଲା। ଆଜି ଦେଶରେ ୬୮ ହଜାରରୁ ଅଧିକ ନୂତନ ଉଦ୍ୟୋଗ ଏବଂ ସେଥିରୁ ବହୁ କୋଟିପତି ହୋଇଗଲେଣି।

Breaking News