ରିପୋର୍ଟ କାର୍ଡ / କଟକ
କଟକର ଡେପୁଟି ମେୟର ଦମୟନ୍ତୀ ମାଝୀ ଙ୍କ ଘର କାନ୍ଥରେ ଇଡ୍କୋ ନୋଟିସ୍ ଲଗାଇ ଦେଇଛି। ଜଗତପୁରର ଯେଉଁ ବସ୍ତି ଅଞ୍ଚଳରେ ସେ ପରିବାର ସହ ରହି ଆସୁଥିଲେ, ସେଠାରୁ ହଟି ଯିବାପାଇଁ ଇଡକୋ ପକ୍ଷରୁ ନୋଟିସ ଜାରି କରାଯାଇଛି। ମେ ୧୦ ତାରିଖ ସୁଦ୍ଧା ସେଠାରୁ ନ ହଟିଲେ ଇଡକୋ ନିଜ ଢଙ୍ଗରେ ପଦକ୍ଷେପ ନେବ ବୋଲି ଶୁଣାଇଦେଇଛି | ଏହି ବସ୍ତିରେ ରହି କଟକର ଡେପୁଟି ମେୟର ହୋଇଥିବା ଦମୟନ୍ତୀ ଓ ସେଠାରେ ରହୁଥିବା ପ୍ରାୟ ୨୦ରୁ ଅଧିକ ପରିବାର ପାଇଁ ଏହା ଏବେ ଚିନ୍ତାର କାରଣ ହୋଇଛି। ଦମୟନ୍ତୀ ଡେପୁଟି ମେୟର ହେବା ପରେ ସେଠାରେ ତାଙ୍କ ପାଇଁ ଏକ ପକ୍କା ଘର ନିର୍ମାଣ ଆରମ୍ଭ ହୋଇଥିବା ବେଳେ ଇଡକୋର ଏଭଳି ନୋଟିସ ଏବେ ଚର୍ଚ୍ଚାର ବିଷୟ ହୋଇଛି |






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..