ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଧନ ଲକ୍ଷ୍ମୀ ବରଦାୟିକା ଅଛନ୍ତି। ପ୍ରଭୂତ ବିତ୍ତର ଅଧିକାରୀ ହେବେ। ବିଳାସ ବ୍ୟସନଠାରୁ ଦୂରେଇ ରହିବେ। ଅଧିକ ଜମିଜମାର ମାଲିକ ହୋଇପାରନ୍ତି। ତ୍ୟାଗଶୀଳ ଓ ମତିମାନ୍ ହୋଇପାରନ୍ତି।
ବୃଷ: ଶ୍ରୀଚନ୍ଦ୍ର ଭୋଗ ହେତୁ ଭଲ ଆୟ ହେବ। ସଶକ୍ତ ଆତ୍ମବଳରେ ବଳୀୟାନ ହୋଇପାରନ୍ତି। ଈଶ୍ବରଙ୍କ କୃପା ଲାଭ କରିବେ। ବିନୀତ ସ୍ବଭାବ ସମ୍ପନ୍ନ ହେବେ। ଧର୍ମୀୟ କାର୍ଯ୍ୟରେ ନିୟୋଜିତ ହେବେ।
ମିଥୁନ: ଏକାନ୍ତରେ ମୌନ ରହି ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ବିବାଦୀୟ ବିତର୍କରୁ ଓହରିଯାଇ ନିରବ ଦର୍ଶକ ସାଜିପାରନ୍ତି। ଅତିଥି ପରାୟଣତାରେ ବ୍ୟୟ ବୃଦ୍ଧି ହେବ। ସ୍ନେହପୂର୍ଣ୍ଣ କଥାରେ ପରକୁ ଆପଣାର କରିବେ।
କର୍କଟ: ଅଧିକ ଜ୍ଞାନ ଆହରଣ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। କରିତ୍କର୍ମା ହେବେ। କୃଚ୍ଛ୍ର ସାଧନାରେ ଦିବ୍ୟଶକ୍ତି ସମ୍ପନ୍ନ ହେବେ। ସରକାରୀ ସ୍ତରରୁ ସମ୍ମାନ ଓ ଅର୍ଥ ମିଳିବ।
ସିଂହ: ପରୋପକାର କରି କୃପାନିଧାନଙ୍କ କୃପା ପାତ୍ର ହେବେ। ଅର୍ଥାଗମ ହେବାର ସମ୍ଭାବନା ରହିଛି। ସଞ୍ଚୟାଭିମୁଖୀ ହେବେ। ଗୁଣବାନ୍ ହେବେ। ସୁବିମଳ ଯଶର ଅଧିକାରୀ ହୋଇପାରନ୍ତି।
କନ୍ୟା: ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ନିର୍ଭୀକ ଥିବାରୁ ଶୀର୍ଷାସନରେ ଉପନୀତ ହେବେ। ରଚନା ମଞ୍ଜୁଳ ଓ ପୁଷ୍ଟିଯୁକ୍ତ ହୋଇପାରେ।
ତୁଳା: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିବାରେ ପାରଙ୍ଗମ ହେବେ। ଧର୍ମଧ୍ବଜାଧାରୀ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥ ଅନୁଭବ କଲେ ବି ଆତ୍ମବଳରେ କର୍ମକ୍ଷମ ରହିବେ।
ବିଛା: ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆତ୍ମଶକ୍ତି ଉପରେ ବିଶ୍ବାସ ରଖିଲେ ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ।
ଧନୁ: କୋମଳ ହୃଦୟଯୁକ୍ତ ଓ ଜ୍ଞାନର ଭଣ୍ଡାର ହୋଇପାରନ୍ତି। ପରମ କଲ୍ୟାଣୀୟ ଭାଷା ଓ ମଧୁର ବ୍ୟବହାର ଆପଣଙ୍କୁ ଅଜାତ ଶତ୍ରୁ କରି ଗଢ଼ି ତୋଳିବ। ଚେତନାର ଉଳ ପ୍ରଦୀପ ହୋଇପାରନ୍ତି।
ମକର: ଈଶ୍ବରୀୟ ଚେତନାରେ ଶକ୍ତିସମ୍ପନ୍ନ ହୋଇପାରନ୍ତି। ବିଦ୍ୟାର୍ଜନେ ତତ୍ପର ହେବେ। ଅର୍ଥର ଅନ୍ତଃ ପ୍ରବାହ ଅବ୍ୟାହତ ରହିବ। ସେୟାର ମାର୍କେଟରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ଧର୍ମ ଆଚରଣ କରି ପ୍ରଶଂସିତ ହେବେ।
କୁମ୍ଭ: ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ବିଭୁଦତ୍ତ ପ୍ରତିଭାସମ୍ପନ୍ନ ହେବେ। ଗଭୀରଭାବ ସମୁଦ୍ରରୁ ଶବ୍ଦରୂପକ ମୁକ୍ତା ସଂଗ୍ରହ କରି ସାହିତ୍ୟ ଜଗତକୁ ଋଦ୍ଧିମନ୍ତ କରିପାରନ୍ତି।
ମୀନ: ଆତ୍ମବଳରେ ବଳୀୟାନ ହୋଇପାରନ୍ତି। ସମୟ ଆପଣଙ୍କ ସତ୍କର୍ମର ସାକ୍ଷୀ ହୋଇପାରେ। ଆଶାବାଦୀ ଭାବେ ସର୍ବଦା ହର୍ଷୋତ୍ଫୁଲ୍ଲ ରହିବେ। ସକଳ କାର୍ଯ୍ୟରେ ପାରଙ୍ଗମ ହେବେ। ଅକ୍ଷୟ କୀର୍ତ୍ତି ସ୍ଥାପନ କରିବେ।






More Stories
ସତର୍କରେ ଚଳିବାକୁ ପଡ଼ିବ……
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..
ଯାନବାହନ ସୁଖ ମିଳିବ……