ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ଟ୍ୱିଟ୍ ବ୍ୟବହାରୀଙ୍କ ପାଇଁ ବଡଖବର | ଏଣିକି ଟ୍ୱିଟ୍ କଲେ ଦେବାକୁ ପଡ଼ିବ ଟଙ୍କା | ଟ୍ୱିଟରର ମାଲିକ ପରିବର୍ତ୍ତନ ହେବା ପରେ ଦିନକୁ ଦିନ ଟ୍ୱିଟରକୁ ନେଇ ନୂଆନୂଆ ଖବର ସାମ୍ନାକୁ ଆସୁଛି । ଏଲନ୍ ମସ୍କ ଟ୍ୱିଟରକୁ କିଣିବା ପରେ ଚର୍ଚ୍ଚାରେ ରହିଛି ଟ୍ୱିଟର । ବର୍ତ୍ତମାନର ଖବର ଅନୁସାରେ ଟ୍ୱିଟର ସମ୍ପୂର୍ଣ୍ଣ ମାଗଣା ଟ୍ୱିଟ୍ ଉପରେ ରୋକ୍ ଲଗାଇବ । ଅର୍ଥାତ୍ ଟ୍ୱିଟ୍ କଲେ ଉପଭୋକ୍ତାଙ୍କୁ ଦେୟ ଦେବାକୁ ପଡ଼ିବ । ହେଲେ ଦିଆଯାଇଥିବା ସୂଚନା ଅନୁସାରେ ସରକାରୀ ଓ ବାଣିଜ୍ୟିକ ସଂସ୍ଥା ଉପରେ ଏହି ନିୟମ ଲାଗୁ କରିବ ଟ୍ୱିଟର । ସଂସ୍ଥା ଗୁଡ଼ିକ ଟ୍ୱିଟ୍ କଲେ ଟ୍ୱିଟ୍ ଉପରେ ଦେୟ କରିବାକୁ ପଡ଼ିବ । ହେଲେ ସାଧାରଣ ୟୁଜର୍ସଙ୍କ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଟ୍ୱିଟର ପକ୍ଷରୁ କୁହାଯାଇଛି । ସୂଚନା ଥାଉକି ଗତ କିଛି ଦିନ ତଳେ ଏଲନ୍ ମସ୍କ ଟ୍ୱିଟରକୁ ୪୪ ବିଲିୟନ ଡଲାର ବିନିମୟରେ କିଣିଥିଲେ । କିଣିବା ପରେ ଟ୍ୱିଟରକୁ ନେଇ କିଛି ପରିବର୍ତ୍ତନ କରିବାକୁ ଆଶା କରିଛନ୍ତି । ଏମିତିକି କମ୍ପାନୀର ସିଇଓ ପରାଗ ଅଗ୍ରଓ୍ୱାଲଙ୍କୁ ହଟାଇବାକୁ ମଧ୍ୟ ଚାହୁଁଥିବା ଖବର ଆସୁଛି ।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….