ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକେ ଅନ୍ୟାୟ ହୋଇଥିବା ଅଭିଯୋଗରେ ପୋଲିସ ପାଖକୁ ନ୍ୟାୟ ଆଶାରେ ଯାଇଥାନ୍ତି। କିନ୍ତୁ ଉତ୍ତର ପ୍ରଦେଶରୁ ଆସିଥିବା ଖବର ମୁତାବକ ଲଳିତପୁର ଥାନା ଅନ୍ତର୍ଗତ ପାଲି ଆଞ୍ଚଳରେ ଥାନା ମୁଖ୍ୟ ହିଁ ଜଣେ ଗଣ ଦୁସ୍କର୍ମ ପିଡ଼ିତାଙ୍କୁ ଦୁସ୍କର୍ମ କରିଥିବାର ଖବର ଆସିଛି । ଯାହାକୁ ନେଇ ବର୍ତ୍ତମାନ ଉତ୍ତରପ୍ରଦେଶରେ ରାଜନୀତି ଆରମ୍ଭ ହୋଇଯାଇଛି । ପିଡ଼ିତାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଏବଂ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଭେଟିବାର କାର୍ଯ୍ୟକ୍ରମ ରହିଛି । ଖବର ଅନୁସାରେ ଗଣ ଦୁସ୍କର୍ମ ପଡ଼ିତା ନାବାଳିକାଙ୍କ ବୟାନ ରେକର୍ଡ କରିବାକୁ ଡାକି ତାଙ୍କ ସହିତ ଥାନା ଅଧକ୍ଷ୍ୟ ଥାନା ପରିସରରେ ହିଁ ନିଜ ଚାମ୍ବରରେ ଦୁସ୍କର୍ମ କରିଥିଲେ। ତେବେ ଚାଇଲ୍ଡ ଲାଇନ୍ କାଉଂସିଲ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏହା ପରେ ଏସପି ଥାନା ମୁଖ୍ୟଙ୍କୁ ନିଲମ୍ବିତ କରିଛନ୍ତି । ଏବେ ଏସଓ ତିଲକଧାରୀ ସରୋଜ ଏବଂ ଅନ୍ୟ ଚାରି ଯୁବକଙ୍କ ବିରୋଧରେ ମାମଲା ଦାୟର କରାଯାଇଛି । କାନପୁର ଜୋନ ଏଡିଜି ଭାନୁ ଭାସ୍କର ଏହି ମାମାଲର ତଦନ୍ତ ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ଦେବାକୁ ଡିଆଇଜି ଜୋଗେନ୍ଦ୍ର କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନାବାଳିକାଙ୍କ ସହିତ ଦୁସ୍କର୍ମ କରିବା ପରେ ଫେରାର୍ ହୋଇଯାଇଛନ୍ତି । ଏଏସଓ ତିଲକଧାରୀ ସରୋଜଙ୍କୁ ଧରିବା ଲାଗି ଡିଆଇଜି ଜୋଗେନ୍ଦ୍ର କୁମାରଙ୍କ ନିର୍ଦ୍ଦେଶରେ ପୋଲିସ ତିନି ଟିମ୍ ଗଠନ କରିଛନ୍ତି । ତାଙ୍କୁ ଖୁବଶିଘ୍ର ଧରାଯିବ ବୋଲି ଡିଆଇଜି କହିଛନ୍ତି । ଅନ୍ୟପଟେ ଏସପି ଝାନସି ବିବେକ ତ୍ରିପାଠୀ ଏହି ମାମଲାରେ ନାବଳିକାଙ୍କର ଡାକ୍ତରୀ ମାଇନା କରି ତଦନ୍ତ ଆରମ୍ଭ କରିଛନ୍ତି । ସେ ବୁଧବାର ଜିଲ୍ଲା ଡାକ୍ତରଖାନାରେ ପହଞ୍ଚି ଅଭିଯୁକ୍ତ ଯୁବକ ଏବଂ ପିଡ଼ିତା ମହିଳାଙ୍କୁ ପଚରାଉଚରା କରିଥିଲେ। ଏବେ ମଧ୍ୟ ଥାନା ଅଧିକାରୀ ଫେରାର୍ ଅଛନ୍ତି ।
More Stories
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..
ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିହତ…..
ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୩୮ ମୃତ, ୨୯ ଆହତ……