ରିପୋର୍ଟ କାର୍ଡ / ଆନନ୍ଦପୁର
ଭାଲୁ ସହ ଲଢେ଼ଇ କରି ନିଜ ଜୀବନ ବଞ୍ଚାଇଲେ ଯୁବକ । ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଯୁବକଙ୍କୁ ଆକ୍ରମଣ କରିଥଲା ଭାଲୁ । ଏଭଳି ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ରଙ୍ଗମାଟିଆ ଗାଁରେ । ମିଳିଥିବା ସୂଚନା ଅନୁସାରେ- ବ୍ରଜମୋହନ ନାଇକ ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡି ଯାଇଥିଲେ । ଭାଲୁ ତାଙ୍କୁ ଆକ୍ରମଣ କରିବା ପରେ ଯୁବକ ଜଣକ ମଧ୍ୟ ଭାଲୁ ସହ ଲଢେ଼ଇ କରିଥିଲେ । ଶେଷରେ ରକ୍ତାକ୍ତ ଅବସ୍ଥାରେ ଯୁବକ ଜଣକୁ ଛାଡି ଭାଲୁ ଜଙ୍ଗଲକୁ ପଳାଇଥିଲା। ସ୍ଥାନୀୟ ଲୋକେ ସେଠାରୁ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡ଼ିକାଲ ରେ ଭର୍ତ୍ତି କରିବା ପରେ ଚିକିତ୍ସା ଜାରି ରହିଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..