ରିପୋର୍ଟ କାର୍ଡ / ଆନନ୍ଦପୁର
ଭାଲୁ ସହ ଲଢେ଼ଇ କରି ନିଜ ଜୀବନ ବଞ୍ଚାଇଲେ ଯୁବକ । ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଯୁବକଙ୍କୁ ଆକ୍ରମଣ କରିଥଲା ଭାଲୁ । ଏଭଳି ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ରଙ୍ଗମାଟିଆ ଗାଁରେ । ମିଳିଥିବା ସୂଚନା ଅନୁସାରେ- ବ୍ରଜମୋହନ ନାଇକ ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡି ଯାଇଥିଲେ । ଭାଲୁ ତାଙ୍କୁ ଆକ୍ରମଣ କରିବା ପରେ ଯୁବକ ଜଣକ ମଧ୍ୟ ଭାଲୁ ସହ ଲଢେ଼ଇ କରିଥିଲେ । ଶେଷରେ ରକ୍ତାକ୍ତ ଅବସ୍ଥାରେ ଯୁବକ ଜଣକୁ ଛାଡି ଭାଲୁ ଜଙ୍ଗଲକୁ ପଳାଇଥିଲା। ସ୍ଥାନୀୟ ଲୋକେ ସେଠାରୁ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡ଼ିକାଲ ରେ ଭର୍ତ୍ତି କରିବା ପରେ ଚିକିତ୍ସା ଜାରି ରହିଛି।






More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……