ରିପୋର୍ଟ କାର୍ଡ / ବାଲୁଗାଁ
ଗତକାଲି ଚିଲିକାରେ ଡଙ୍ଗା ବୁଡି ଘଟଣାରେ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ଆଜି ଠାବ ହୋଇଛି। ମୃତକ ଜଣଙ୍କ ରାଜକିଶୋର ଖୁଣ୍ଟିଆ ବୋଲି ଜଣାପଡିଛି। ନାଭାଲ ବେସ୍ ନିକଟରେ ଚିଲିକାରେ ଭାସୁଥିବା ଅବସ୍ଥାରେ ଠାବ ହୋଇଛି। ଅଗ୍ନିଶମ ଟିମ୍ ଓ ନାଭାଲ୍ ଟିମ୍ର ମିଳିତ ସର୍ଚ୍ଚ ଅପରେସନରେ ମୃତଦେହ ଠାବ ହୋଇଛି। ସୂଚନା ଯୋଗ୍ୟ, ଗତକାଲି ପ୍ରବଳ ବର୍ଷା, ପବନ କାଳବୈଶାଖୀ ଝଡ଼ ଯୋଗୁଁ କାଳିଜାଇରୁ ଫେରୁଥିବା ବେଳେ ଚିଲିକାରେ ଡଙ୍ଗା ଓଲଟି ପଡିଥିଲା। ଡଙ୍ଗାରେ ୮ ପର୍ଯ୍ୟଟକଙ୍କ ସମେତ ୧୧ଜଣ ଯାତ୍ରୀ ଥିଲେ। ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିବାରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିଲେ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..