ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆନ୍ତର୍ଜାତିକସ୍ତରରେ ଇନ୍ଧନ ଦର ବୃଦ୍ଧି ପାଉଥିବାରୁ ଆଜି ଘରେ ରୋଷେଇ ପାଇଁ ବ୍ୟବହାର କରାଯାଉଥିବା ‘ଲିକ୍ବିଫାଏଡ୍ ପେଟ୍ରୋଲିୟମ୍ ଗ୍ୟାସ୍’ ସିଲିଣ୍ଡର୍ ପିଛା ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି। ସେହି ଅନୁସାରେ, ଦିଲ୍ଲୀରେ ୧୪.୨ କି.ଗ୍ରା. ଓଜନବିଶିଷ୍ଟ ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଅଣରିହାତି ‘ଏଲ୍ପିଜି’ ସିଲିଣ୍ଡର୍ର ମୂଲ୍ୟ ଆଜିଠୁ ଟ. ୯୯୯.୫୦ରେ ବିକ୍ରୟ ହେଉଛି। ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ଯୋଗୁଁ ଲୋକେ ହଇରାଣ ହେଉଥିବା ବେଳେ ଆଜି ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ଡର୍ ବୃଦ୍ଧି ସେମାନଙ୍କୁ ଚିନ୍ତିତ କରିପକାଇଛି। ଉଲ୍ଲେଖଯୋଗ୍ୟ, ଗତ ମାର୍ଚ ୨୨ ତାରିଖରେ ମଧ୍ୟ ‘ଏଲ୍ପିଜି’ ସିଲିଣ୍ଡର୍ପିଛା ୫୦ ଟଙ୍କା ବୃଦ୍ଧି ପାଇଥିଲା। କିନ୍ତୁ, ଏପ୍ରିଲ୍ ମାସରେ ‘ଏଲ୍ପିଜି’ ସିଲିଣ୍ଡର୍ ଦର ବୃଦ୍ଧି ପାଇ ନ ଥିଲା। ଏହା ବ୍ୟତିରେକେ, ଚଳିତ ମାସ ପ୍ରାରମ୍ଭରେ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ (୧୯ କେ.ଜି.) ଦର ଟ. ୧୦୨.୫୦ ବୃଦ୍ଧି ପାଇ ଟ. ୨୩୫୫.୫୦ ହୋଇଛି। ସେଥିସହ ୫-କେଜିଆ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ଦର ମଧ୍ୟ ୬୫୫ ଟଙ୍କାକୁ ବୃଦ୍ଧି ପାଇଥିଲା






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..