Report Card Odisha

| Daily Odia News

ଅଗ୍ନିକାଣ୍ଡରେ ୭ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲା ଅନ୍ତର୍ଗତ ସ୍ବର୍ଣ୍ଣବାଗ କଲୋନିସ୍ଥିତ ଗୋଟାଏ ଦ୍ବିତଳ ଘରେ ଅଗ୍ନିକାଣ୍ଡ ଘଟି ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ରାତିରେ ‘ଇଲେକ୍ଟ୍ରିକ୍‌ ମିଟର୍‌’ରେ ‘ସର୍ଟସର୍କିଟ୍‌’ ହେବାରୁ ଅଗ୍ନିକାଣ୍ଡ ଘଟିଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି | ଏନେଇ ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କ ପାଖରୁ ସୂଚନା ମିଳିଛି । ‘ସର୍ଟସର୍କିଟ୍‌’ ଫଳରେ ନିକଟରେ ରଖାଯାଇଥିବା ଗାଡ଼ିଗୁଡ଼ିକରେ ନିଆଁ ଲାଗିଥିଲା। ପରେ ଗାଡ଼ିରୁ ନିଆଁ କୋଠାକୁ ବ୍ୟାପିଯାଇଥିଲା। ପ୍ରାୟ ୩ ଘଣ୍ଟା ଉଦ୍ୟମ କରି ଦମକଳ ବାହିନୀ ନିଆଁ ଲିଭାଇବାରେ ସମର୍ଥ ହୋଇଥିଲେ। ଅଗ୍ନିଶମ ଓ ପୁଲିସ ଅଧିକାରୀମାନେ ପୋଡ଼ା କୋଠାଘରୁ ୫ଜଣଙ୍କ ଶବ ଉଦ୍ଧାର କରିବା ସହ ଆହତ ହୋଇଥିବା ଆହୁରି ୫ଜଣଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନାରେ ଆଉ ୨ଜଣଙ୍କର ମୃତ୍ୟୁ ହେବାରୁ ସମୁଦାୟ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି।

 

Breaking News