Report Card Odisha

| Daily Odia News

୨୦ରୁ ମାଟ୍ରିକ ଖାତା ଦେଖା…..

ରିପୋର୍ଟ କାର୍ଡ / କଟକ

ଏପ୍ରିଲ ୨୯ ରୁ ଆରମ୍ଭ ହୋଇଥିବା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ମେ ୬ ଅର୍ଥାତ ଗତକାଲି ଶେଷ ହୋଇଛି | ଆସନ୍ତା ୨୦ତାରିଖରୁ ଆରମ୍ଭ ହେଵ ଖାତା ଦେଖା । ରାଜ୍ୟରେ ୩ ହଜାର ୨୦୩ ସେଣ୍ଟରରେ ୫ ଲକ୍ଷ ୬୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛି । ଏନେଇ ଵୋର୍ଡ ସଭାପତି ରାମାଶିଷ ହାଜରାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଚଳିତ ବର୍ଷ ସିଲାଵସ୍ ଵାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ ହୋଇଛି । ଖାସ୍‌କରି ଗଣିତ, ଇଂରାଜୀ ଓ ସାମାଜିକ ଵିଞ୍ଜାନର ସିଲାଵସ୍ ଵାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ ହୋଇଛି । କିନ୍ତୁ ସିଲାଵସ୍ ଵାହାରୁ ପ୍ରଶ୍ନ ପଡିଥିବା ଅଭିଯୋଗକୁ ଵୋର୍ଡ ସଭାପତି ଖଣ୍ଡନ କରିଛନ୍ତି । ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୪୫ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ପ୍ରସଙ୍ଗରେ ଵୋର୍ଡ ସଭାପତି କହିଛନ୍ତି ଯେ, ଏହି ଘଟଣାରେ ଵୋର୍ଡର କୌଣସି ଭୂମିକା ନାହିଁ । କେତେ ପିଲା ପରୀକ୍ଷା ଦେଇ ନାହାଁନ୍ତି ସେ ସମ୍ପର୍କରେ ନିର୍ଦ୍ଧିଷ୍ଟ ତଥ୍ୟ ଆସିନି । ପ୍ରଥମ ସମେଟିଭ୍ ଦେଇନଥିଲେ ଵି ଦ୍ବିତୀୟ ସମେଟିଭ୍ ଦେଇପାରିବେ ଛାତ୍ରଛାତ୍ରୀ ।

 

Breaking News