Report Card Odisha

| Daily Odia News

ମହିଳାଙ୍କୁ ବୁର୍ଖା ପିନ୍ଧିବା କୁ ନିର୍ଦ୍ଦେଶ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ନିଜର ଅସଲ ରୂପ ଦେଖାଇଛି ତାଲିବାନ । ପୂର୍ବ ଅପେକ୍ଷା ଏଥର ଉତ୍ତମ ଶାସନର ଦାବି କରୁଥିବା ତାଲିବାନ ଶନିବାର ନୂଆ ନିର୍ଦ୍ଦେଶନାମା ଜାରି କରିବା ସହ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛି । ତାଲିବାନର ଶାସନରେ ପରିବର୍ତ୍ତନ ଆସିବ ନାହିଁ ବୋଲି ସୂଚେଇ ଦେଇଛି। ତାଲିବାନର ସର୍ବୋଚ୍ଚ ନେତା ମହିଳାଙ୍କ ବୁର୍ଖା ପିନ୍ଧିବା ଉପରେ ନିର୍ଦ୍ଦେଶ ଜାରି କରିଛନ୍ତି। ଗତ ବର୍ଷ ଅଗଷ୍ଟ ମାସରେ ଆଫଗାନିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଅଶରଫ ଗାନୀଙ୍କୁ ହଟାଇ ତାଲିବାନ ପୁଣି ଥରେ ଶାସନ ଗାଦିରେ ବସିଥିଲା। କ୍ଷମତା ପାଇବା ସହ ନିଜର ଛବି ସୁଧାରିବାର ବାହାନା କରିଥିଲା। ପୂର୍ବର ତାଲିବାନ ଏବଂ ବର୍ତ୍ତମାନର ତାଲିବାନଠାରୁ ଅଗଲା ବୋଲି ସାରା ବିଶ୍ୱକୁ ଦର୍ଶାଇବାକୁ ଚାହିଁଥିଲା। ଲୋକଙ୍କ ଉପରେ ଅତ୍ୟାଚାର କରିବ ନାହିଁ ଏବଂ ଲୋକଙ୍କୁ ସେମାନଙ୍କ ଇଚ୍ଛା ମୁତାବକ ବଞ୍ଚିବାର ସ୍ୱାଧୀନତା ଦିଆଯିବ ବୋଲି କହିଥିଲା। କିନ୍ତୁ ସମୟ ସହ ଧିରେ ଧିରେ ତାଲିବାନ ନିଜର ପ୍ରକୃତ ରୂପ ଦେଖାଇବା ଆରମ୍ଭ କରିଛି। ପୂର୍ବରୁ ଚାକିରି କରୁଥିବା ପୁରୁଷଙ୍କ ପାଇଁ ମୁଣ୍ଡରେ ଟୋପି, ଦାଢି ରଖିବା ବାଧ୍ୟତା କରିଥିବା ବେଳେ ଏବେ ମହିଳାଙ୍କ ବୁର୍ଖା ପିନ୍ଧିବା ଉପରେ ନୂଆ ନିର୍ଦ୍ଦେଶ ଜାରି କରିଛି। ମହିଳାଙ୍କ ପାଇଁ ସାର୍ବଜାନୀନ ରୂପେ ବୁର୍ଖା ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ଏହାପୂର୍ବରୁ ସ୍କୁଲରେ ପୁରୁଷ ଏବଂ ମହିଳା ବିଦ୍ୟାର୍ଥୀଙ୍କ ଭିନ୍ନ ଭିନ୍ନ ଗୃହରେ ବସିବା ମଧ୍ୟ ସାମିଲ ରହିଛି।

Breaking News