Report Card Odisha

| Daily Odia News

ମଦ ପାଇଁ ଆତ୍ମହତ୍ୟା କଲେ ରୋଗୀ……

ରିପୋର୍ଟ କାର୍ଡ / ରାଉରକେଲା

ମଦ ମିଳିଲା ନାହିଁ, ସେଥିପାଇଁ ରୋଗୀଙ୍କ ଆତ୍ମହତ୍ୟା । ମଦ ନମିଳିବାରୁ ଆତ୍ମହତ୍ୟା କରିଛନ୍ତି ରୋଗୀ। ରାଉରକେଲା ଆରଜିଏଚରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ରୋଗୀ । ଆତ୍ମହତ୍ୟା କରିଥିବା ରୋଗୀଙ୍କ ନାଁ ହେଉଛି ସହର ଝରା । ଖବର ଅନୁଯାୟୀ, ଗୋଡ଼ ଭଙ୍ଗା ଚିକିତ୍ସା ପାଇଁ ଗତ ବୁଧବାର ଦିନ ସହର ଝରା ଆରଜିଏଚରେ ଭର୍ତ୍ତି ହୋଇଥିଲେ। ଏବେ ତାଙ୍କୁ ମଦ ନମିଳିବାରୁ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗାମୁଛା ଲଗାଇ ବେକରେ ଆତ୍ମହତ୍ୟା କରିଛନ୍ତି ରୋଗୀ । ଏନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

 

Breaking News