ରିପୋର୍ଟ କାର୍ଡ / ଭୁବନେଶ୍ୱର
ସ୍କୁଲ ଭ୍ୟାନରେ ଅଚାନକ୍ ନିଆଁ ଲାଗିଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବିନିକାରେ | ଉକ୍ତ ଭ୍ୟାନରେ ୧୨ ଛାତ୍ରଛାତ୍ରୀ ରହିଥିଲେ | ସୂଚନା ଅନୁସାରେ, ସିଣ୍ଡୋଲରୁ ବିନିକା ଆସୁଥିବା ବେଳେ କଲେଜ ଛକ ନିକଟରେ ଧୂଆଁ ବାହାରିଥିଲା । ଧୁଆଁ ବାହାରିବା ଦେଖି ସ୍ଥାନୀୟ ଲୋକେ ପିଲାଙ୍କୁ ଗାଡ଼ିରୁ ବାହାର କରିଥିଲେ । ପିଲାଙ୍କୁ ଉଦ୍ଧାର କରିବା ସହ ଲୋକେ ନିଆଁ ଲିଭାଇ ଦେଇଥିବା ସୂଚନା ମିଳିଛି । ଅନ୍ୟପଟେ ଏଭଳି ଅଘଟଣା ପରେ ଭ୍ୟାନ୍ ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଛି । ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ପୋଲିସ ।






More Stories
ବେଆଇନ ନିଯୁକ୍ତି ନେଇ ତାଗିଦ…..
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..