Report Card Odisha

| Daily Odia News

ସ୍କୁଲ ଭ୍ୟାନରେ ନିଆଁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସ୍କୁଲ ଭ୍ୟାନରେ ଅଚାନକ୍ ନିଆଁ ଲାଗିଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବିନିକାରେ | ଉକ୍ତ ଭ୍ୟାନରେ  ୧୨ ଛାତ୍ରଛାତ୍ରୀ ରହିଥିଲେ | ସୂଚନା ଅନୁସାରେ, ସିଣ୍ଡୋଲରୁ ବିନିକା ଆସୁଥିବା ବେଳେ କଲେଜ ଛକ ନିକଟରେ ଧୂଆଁ ବାହାରିଥିଲା । ଧୁଆଁ ବାହାରିବା ଦେଖି ସ୍ଥାନୀୟ ଲୋକେ ପିଲାଙ୍କୁ ଗାଡ଼ିରୁ ବାହାର କରିଥିଲେ । ପିଲାଙ୍କୁ ଉଦ୍ଧାର କରିବା ସହ ଲୋକେ ନିଆଁ ଲିଭାଇ ଦେଇଥିବା ସୂଚନା ମିଳିଛି । ଅନ୍ୟପଟେ ଏଭଳି ଅଘଟଣା ପରେ ଭ୍ୟାନ୍ ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଛି । ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ପୋଲିସ ।

 

 

Breaking News