Report Card Odisha

| Daily Odia News

ଏସସିବିରେ ଆରମ୍ଭ ହେଲା ଅନଲାଇନ୍ ଟିକେଟ୍ ସେବା….

ରିପୋର୍ଟ କାର୍ଡ / କଟକ

ଏଣିକି ଆଉ କଟକ ଏସସିବି ମେଡିକାଲରେ ଟିକେଟ ପାଇଁ ରୋଗୀଙ୍କୁ ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବାକୁ ପଡ଼ିବ ନାହିଁ । ଆଜିଠାରୁ ଏସସିବି ମେଡିକାଲରେ ଆରମ୍ଭ ହୋଇଛି ଅନଲାଇନ୍ ଓପିଡି ସେବା । ସ୍ପେଶାଲିଷ୍ଟ ଓ ଜେନେରାଲ ଆଉଟଡୋର ପାଇଁ ଅନଲାଇନ୍ ଟିକେଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜନସାଧାରଣ eswasthya.odisha.gov.in ୱେବସାଇଟକୁ ଯାଇ ଅନଲାଇନରେ ଟିକେଟ୍ ବୁକିଂ କରିପାରିବେ । କଟକର ଏସସିବିରେ ଅନଲାଇନ୍ ଓପିଡି ସେବା ଆରମ୍ଭ ହେବ ବୋଲି ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ । ମେ ମାସ ୯ ତାରିଖରୁ ସ୍ଲଟ ବୁକିଂ ଆରମ୍ଭ ହେବା ପରେ ୧୦ ତାରିଖଠାରୁ ରୋଗୀ ପରାମର୍ଶ କରିପାରିବେ ବୋଲି କୁହାଯାଇଥିଲା । ଯେ କୌଣସି ରୋଗୀ କିମ୍ବା ସେମାନଙ୍କର ଆଟେଣ୍ଟାଣ୍ଟ ଅଫିସିଆଲ ୱେବସାଇଟକୁ ଯାଇ ସେମାନଙ୍କର ନାମ ପଞ୍ଜୀକରଣ କରିପାରିବେ । ଏହାପରେ ଅନଲାଇନ୍ ଟିକେଟ ସ୍ଲିପକୁ ଡାଉନଲୋଡ କରିବା ପରେ ନିଜ ପାଖରେ ତା’ର ଏକ କପି ରଖିବାକୁ ପଡ଼ିବ । ଉକ୍ତ କପି ଦେଖାଇବା ପରେ ହସ୍ପିଟାଲର ଓପିଡିରେ ରୋଗୀଙ୍କୁ ପରାମର୍ଶ ପାଇଁ ଅନୁମତି ମିଳିବ ।

Breaking News