Report Card Odisha

| Daily Odia News

୧୧ ମତ୍ସ୍ୟଜୀବୀଙ୍କୁ ଏୟାରଲିଫ୍ଟ…..

ରିପୋର୍ଟ କାର୍ଡ / ବ୍ରହ୍ମପୁର

ବାତ୍ୟା ‘ଅସାନି’ ବଙ୍ଗୋପସାଗରରେ ଭୀଷଣ ରୂପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ଆସୁଥିବା  ରୁ ସମୁଦ୍ର ଅଶାନ୍ତ ରହିଛି | ଏହି ଅଶାନ୍ତ ସମୁଦ୍ରରେ ଫସିଥିବା ୧୧ ମତ୍ସ୍ୟଜୀବୀଙ୍କୁ ଏୟାରଲିଫ୍ଟ କରୁଛି ତଟରକ୍ଷା ବାହିନୀ । ସେମାନଙ୍କୁ ଏୟାରଲିଫ୍ଟ କରାଯାଇଥିବା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। କହିଛନ୍ତି ଯେ ବିଶାଖାପାଟଣାରୁ ଆସୁଥିବା ଏକ ବୋଟ ସମୁଦ୍ରରେ ଫସି ରହିଥିବା ସୂଚନା ମିଳିଥିଲା। ୨୦ ମିନିଟ ମଧ୍ୟରେ ଏୟାରଲିଫ୍ଟ ଜରିଆରେ ସେମାନଙ୍କୁ ଉଦ୍ଧାର କରାଯିବା ପାଇଁ ପଦକ୍ଷେପ ନିଆଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଆଜି ଅଶାନ୍ତ ସମୁଦ୍ର ଭିତରେ ମାଛଧରା ଡଙ୍ଗା ସହ ୧୧ଜଣ ମତ୍ସ୍ୟଜୀବୀ ଫସି ରହିଥିଲେ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଗଞ୍ଜାମ ଆସୁଥିବାବେଳେ ସୁନାପୁର ନିକଟରେ ବୋଟରେ ଯାନ୍ତ୍ରିକ ସମସ୍ୟା ଉପୁଜିଥିଲା। ସେମାନଙ୍କ ଡଙ୍ଗାରେ ଯାନ୍ତ୍ରିକ ତୃଟି ରହିଥିବାରୁ ଅଶାନ୍ତ ସମୁଦ୍ର ଭିତରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ। ମତ୍ସ୍ୟଜୀବୀ ସଂଘ ପକ୍ଷରୁ ତତ୍କାଳ ଉପଜିଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲା। ଉପଜିଲାପାଳ ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରିଥିଲେ। ଗଞ୍ଜାମ ଜିଲାପାଳ ଏସଆରସିଙ୍କୁ ଏନେଇ ସୂଚନା ଦେବା ପରେ ପାରାଦୀପରେ ଥିବା କୋଷ୍ଟଗାର୍ଡ ସମସ୍ତଙ୍କୁ ଉଦ୍ଧାର ପାଇଁ ଏୟାରଲିଫ୍ଟ ପ୍ରକ୍ରିୟା ଆରମ୍ଭ କରିଥିଲା।

Breaking News