Report Card Odisha

| Daily Odia News

ବାତ୍ୟା ପ୍ରଭାବରେ ଆଜିଠୁ ବର୍ଷିବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠୁ ବାତ୍ୟା ‘ଅସାନି’ ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି | ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଳା ଗୁଡ଼କରେ ଆଜି ସଂଧ୍ୟାରୁ ୧୨ ତାରିଖ ସକାଳ ଯାଏ ବର୍ଷା ହେବାର ସମ୍ଭାବନା ଥିବା ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ବିଭାଗର କହିବା ଅନୁଯାୟୀ ଆଜି ରାଜ୍ୟର ୩ ଜିଲ୍ଲାରେ ବର୍ଷା ହେବ । ଗଞ୍ଜାମ, ଗଜପତି, ଓ ପୁରୀ ଜିଲ୍ଲାରେ ସଂଧ୍ୟାରୁ ‘ଅସାନି’ ପ୍ରଭାବରେ ବର୍ଷା ହେବା ନେଇ କୁହାଯାଇଛି । ସେହିପରି ଆସନ୍ତାକାଲି ମଧ୍ୟ ୫ ଜିଲ୍ଲାରେ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମରେ ଆସନ୍ତାକାଲି ବର୍ଷା ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

Breaking News