ରିପୋର୍ଟ କାର୍ଡ / ଗଂଜାମ
ସମୁଦ୍ରକୁ ମାଛ ମାରି ଯାଇଥିବା ବେଳେ ୬୦ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଭଳି ବଡ଼ ଧରଣର ଅଘଟଣ ଘଟିଛି ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ସମୁଦ୍ରରେ | ସୂଚନା ମୁତାବକ ୬୦ଜଣ ଯୁବକ ୬ଟି ଡଙ୍ଗା ଯୋଗେ ମାଛ ମାରିବାକୁ ସମୁଦ୍ର ଭିତରକୁ ଯାଇଥିଲେ । ମାଛ ମାରି ଫେରିବା ସମୟରେ ସମୁଦ୍ର ଅଶାନ୍ତ ହୋଇପଡ଼ିଥିଲା । ଫଳରେ ମତ୍ସ୍ୟଜୀବୀଙ୍କ ସମସ୍ତ ୬ଟି ଯାକ ଡଙ୍ଗା ବୁଡ଼ିଯାଇଥିଲା । ପରେ ମତ୍ସ୍ୟଜୀବୀ ମାନେ ପହଁରି ପହଁରି କୂଳରେ ଆସି ପହଞ୍ଚିଥିଲେ । ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ରହିଥିବା ବେଳେ ସମୁଦ୍ର ପାଣିରେ ମତ୍ସ୍ୟଜୀବୀଙ୍କ ଜାଲ, ଡଙ୍ଗା ଓ ମାଛ ଭାସିଯାଇଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..