ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପଣ୍ଡିତ ସୁଖ ରାମଙ୍କ ପରଲୋକ ହୋଇଛି । ୯୪ ବର୍ଷ ବୟସରେ ନୂଆଦିଲ୍ଲୀର ଏମସ ଡାକ୍ତରଖାନାରେ ସେ ଶେଷ ନିସ୍ୱାଶ ତ୍ୟାଗ କରିଛନ୍ତି | ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ବହୁଦିନ ଧରି ଅସୁସ୍ଥ ଥିଲେ । ତାଙ୍କୁ ଗତ ୭ ତାରିଖରେ ନୂଆଦିଲ୍ଳୀର ଏମସ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ଆଜି ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ପଣ୍ଡିତ ସୁଖ ରାମ ଜଣେ କଂଗ୍ରେସର ବରିଷ୍ଠ ନେତା ଥିଲେ । ତାହା ସହ କେନ୍ଦ୍ର ମନ୍ତ୍ରୀ ଭାବେ ସେ ଦାୟିତ୍ୱ ସମ୍ଭାଳିଛନ୍ତି । ୧୯୯୩ରୁ ୧୯୯୬ ମସିହା ଯାଏ ସୁଖରାମ କେନ୍ଦ୍ର ଯୋଗାଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଖାଲି ସେତିକି ନଥିଲା ପଣ୍ଡିତ ସୁଖ ରାମଙ୍କ ରାଜନୈତିକ କ୍ୟାରିୟର । ପଣ୍ଡିତ ସୁଖ ରାମ ଲୋକସଭା ସାଂସଦ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି । ଅନେକ ଥର ଲୋକସଭା ଓ ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି ।






More Stories
ପଞ୍ଚାୟତ ଅଫିସ୍କୁ ସ୍ଥାନାନ୍ତର ହେବ ପୋଷ୍ଟ ଅଫିସ୍……
ବିଷାକ୍ତ ଗ୍ୟାସ ଲିକ୍ ,ଦୁଇ ମୃତ ,୧୦,୦୦୦ ପ୍ରଭାବିତ…..
ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳଙ୍କୁ ଦୂରେଇ ରଖାଯାଉଛି,ପୁରୁଣା ପରମ୍ପରା ଭାଙ୍ଗିଦେଉଛନ୍ତି……