ରିପୋର୍ଟ କାର୍ଡ / ଝାରସୁଗୁଡା
ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ଅଳକା ମହାନ୍ତି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେ ନିଜର ଶହ ଶହ ସମର୍ଥକଙ୍କ ଗହଣରେ ଯାଇ ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲକରିଥିବା ଜଣାପଡିଛି | ବିଜେଡିର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ହେଉଛନ୍ତି ଅଳକା ମହାନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ଭାବେ କିଶୋର ପଟେଲ୍ ଓ ବିଜେପି ପକ୍ଷରୁ ରାଧାରାଣୀ ପଣ୍ଡା ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେଣୁ ମୈଦାନରେ ତ୍ରିମୁଖୀ ଲଢ଼େଇ ହେବା ସ୍ପଷ୍ଟ ହୋଇଛି । ଆଜି ଅଳକା ମହାନ୍ତି ନିଜ ଶହ ଶହ ସମର୍ଥକଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଥିବା ବେଳେ ଏହି ରାଲିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ରାଜ୍ୟ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ, ସ୍ନେହାଙ୍ଗୀନ ଛୁରିଆ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସାହୁ ପ୍ରମୁଖ ସାମିଲ ହୋଇଥିଲେ।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….