Report Card Odisha

| Daily Odia News

ରାନିଲ ବିକ୍ରମାସିଂଘେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାନିଲ ବିକ୍ରମାସିଂଘେ ହେଲେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ | ସେ ହେଉଛନ୍ତି ୟୁନାଇଟେଡ୍ ନ୍ୟାସନାଲ ପାର୍ଟିର ନେତା | ୨୨୫ ସଦସ୍ୟ ବିଶିଷ୍ଟ ଶ୍ରୀଲଙ୍କା ସଂସଦରେ ବିକ୍ରମାସିଂଘେଙ୍କ ୟୁଏନପି ପାଖରେ ଗୋଟିଏ ଆସନ ରହିଛି, ତଥାପି ସେ ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଶ୍ରୀଲଙ୍କାର ୪ଥର ପ୍ରଧାନମନ୍ତ୍ରୀ ବିକ୍ରମାସିଂଘେଙ୍କୁ ୨୦୧୮ ଅକ୍ଟୋବର ମାସରେ ତତ୍କାଳୀନ ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ପ୍ରଧାନମନ୍ତ୍ରୀ ପଦରୁ ହଠାଇଥିଲେ। ତେବେ ଏହାର ଦୁଇ ମାସ ପରେ ପୁଣି ଥରେ ବିକ୍ରମାସିଂଘେଙ୍କୁ ପଦ ମିଳିଥିଲା। ବିକ୍ରମାସିଂଘେଙ୍କୁ ଅନ୍ତରିଣ ପ୍ରଶାସନର ନେତୃତ୍ବ ନେବା ପାଇଁ ସବୁ ଦଳର ସମର୍ଥନ ମିଳିଛି। ଅସନ୍ତା ୬ ମାସ ଯାଏଁ ତାଙ୍କ ସରକାର ଚାଲିପାରିବ। ସୂତ୍ର ଅନୁସାରେ କ୍ଷମତାରେ ଥିବା ଶ୍ରୀଲଙ୍କା ପୋଦୁଜାନା ପେରାମୁନା (ଏସଏଲପିପି), ବିରୋଧୀ ସମଗୀ ଜନ ବାଲାବେଗାୟା( ଏସଜେବି) ସହ ଅନ୍ୟ ଦଳ ସଂସଦରେ ବିକ୍ରମାସିଂଘେଙ୍କୁ ବହୁମତ ସାବ୍ୟସ୍ତ କରିବା ପାଇଁ ନିଜର ସମର୍ଥନ ଜଣାଇଛନ୍ତି। ୟୁଏନପିର ଅଧ୍ୟକ୍ଷ ଅଭେୟବାରଦେନା ଜୋର ଦେଇ କହିଥିଲେ, ବିକ୍ରମାସିଂଘେ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ଦଳ ବହୁମତ ହାସଲ କରିବ। ଦେଶର ସବୁଠୁ ପୂରଣ ଦଳ ୟୁନଏପି ୨୦୨୦ରେ ଗୋଟିଏ ବି ଆସନ ଜିତିପାରି ନଥିଲା।

 

 

Breaking News