Report Card Odisha

| Daily Odia News

ବିଲଡିଂରେ ଅଗ୍ନିକାଣ୍ଡ: ୨୦ ମୃତ, ୪୦ ଗୁରୁତର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟସ୍ଥ ଏକ କମର୍ସିଆଲ ବିଲଡିଂରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ୪୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା କୁହାଯାଉଛି। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ୩ ମହଲା ବିଶିଷ୍ଟି ଏହି ବିଲଡିଂରେ ଅଫିସ୍‌ ଏବଂ କମ୍ପାନୀ ପାଇଁ ବ୍ୟବହାର ହୋଇଥାଏ। ଦିଲ୍ଲୀର ଡେପୁଟି କମିଶନର ଏହି ସୂଚନା ଦେଇଛନ୍ତି। ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ଉଦ୍ଧାର ପାଇଁ ଉଭୟ ପୁଲିସ ଏବଂ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି। ନିଆଁ ଲିଭାଇବା କାର୍ଯ୍ୟ ଜାରି ରହିଛି। ଏଥିପାଇଁ ୨୪ଟି ଦମକଳ ବାହିନୀଙ୍କୁ ମୁତୟନ କରାଯାଇଛି। ୫୦ରୁ ୬୦ ଜଣ ଲୋକଙ୍କୁ ସୁରକ୍ଷିତ ବାହାର କରାଯାଇଥିବା ଜଣାଯାଇଛି। ୪୦ ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସମ୍ପର୍କୀୟଙ୍କର ପତା ମିଳୁନଥିବାରୁ ଖୋଜିବାରେ ଲାଗିଛନ୍ତି ପରିବାର ଲୋକେ |

 

Breaking News