Report Card Odisha

| Daily Odia News

୬୦ରୁ ଊର୍ଦ୍ଧ୍ବ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ବନ୍ଧା ହେଲେ ସ୍କୁଲ୍‌ ଶିକ୍ଷକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୩୦ ବର୍ଷରେ ୬୦ରୁ ଊର୍ଦ୍ଧ୍ବ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା କେରଳର ମାଲପ୍ପୁରମ୍‌ ଜିଲ୍ଲାର ଜଣେ ପୂର୍ବତନ ସ୍କୁଲ୍‌ ଶିକ୍ଷକଙ୍କୁ ଗିରଫ କରାଯାଇଛି | ଘଟଣାର ତଦନ୍ତ ପାଇଁ ମଧ୍ୟ ଆଦେଶ ଦିଆଯାଇଛି। ମାଲାପ୍ପୁରମ୍‌ସ୍ଥିତ ‘ସେଣ୍ଟ୍‌ ଜେମାସ୍‌ ଗାର୍ଲସ୍‌ ହାଇୟର୍‌ ସେକେଣ୍ଡାରି ସ୍କୁଲ୍‌’ର ଉକ୍ତ ପୂର୍ବତନ ଶିକ୍ଷକ ତଥା ମାଲାପ୍ପୁରମ୍‌ ପୌର ପରିଷଦ୍‌ର ଅନ୍ୟତମ ସଦସ୍ୟ କେ.ଭି. ଶଶୀକୁମାରଙ୍କୁ ଶୁକ୍ରବାର ଦିନ ପୋଲିସ ଗିରଫ କରିଛି। ସ୍କୁଲ୍‌ ମ୍ୟାନେଜ୍‌ମେଣ୍ଟ୍‌ର ତ୍ରୁଟି ସଂକ୍ରାନ୍ତରେ ତଦନ୍ତ କରି ଯଥାଶୀଘ୍ର ରିପୋର୍ଟ ଦାଖଲ କରିବା ଲାଗି କେରଳର ଶିକ୍ଷାମନ୍ତ୍ରୀ ଭି. ଶିବନକୁଟ୍ଟୀ ‘ପବ୍ଲିକ୍‌ ଏଡୁକେସନ୍‌ ଡାଇରେକ୍ଟର୍‌’ ଆଇ.ଏ.ଏସ୍‌. ଅଧିକାରୀ ବାବୁ କେ.ଙ୍କୁ ଆଦେଶ ଦେଇଛନ୍ତି। ‘ପୋକ୍‌ସୋ’ ଆଇନ ଅନୁସାରେ ମାଲାପ୍ପୁରମ୍‌ ମହିଳା ଥାନାରେ ମାମଲା ପଞ୍ଜିକୃତ କରାଯିବା ପରେ ଶଶୀକୁମାର ଫେରାର ହୋଇଯାଇଥିଲେ। ସପ୍ତାହକ ପରେ ଯାଇ ପୁଲିସ ତାଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିଲା। ତାଙ୍କ ବିରୋଧରେ ଦାଏର ହୋଇଥିବା ଅଭିଯୋଗରେ ଉଲ୍ଲେଖ ଅଛି ଯେ, ସେ ସ୍କୁଲ୍‌ରେ ଅଧ୍ୟାପନା କରୁଥିବା ବେଳେ ଛାତ୍ରୀମାନଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିଲେ। ତାଙ୍କ ବିରୋଧରେ ୫୦ରୁ ଅଧିକ ଛାତ୍ରୀ ଅଭିଯୋଗ କରିଛନ୍ତି। ସିପିଏମ୍‌’ ନେତା ତଥା ୩ ଥର ‘ମାଲାପ୍ପୁରମ୍‌ ପୌର ପରିଷଦ୍‌’ ହୋଇଥିବା କେ.ଭି. ଶଶୀକୁମାର ୨୦୨୨ ମାର୍ଚରେ ‘ସେଣ୍ଟ୍‌ ଜେମାସ୍‌ ଗାର୍ଲସ୍‌ ହାଇୟର୍‌ ସେକେଣ୍ଡାରି ସ୍କୁଲ୍‌’ରୁ ଅବସର ଗ୍ରହଣ କରିଥିଲେ। ଶିକ୍ଷକତାରୁ ଅବସର ଗ୍ରହଣ କରିଥିବା ବିଷୟ ଶଶୀକୁମାର ‘ଫେସ୍‌ବୁକ୍‌’ରେ ପୋଷ୍ଟ୍‌ କରିବା ପରେ ସ୍କୁଲ୍‌ର ଜଣେ ପ୍ରାକ୍ତନ ଛାତ୍ରୀ ପ୍ରଥମେ ‘ମି ଠୁ’ରେ ଅଭିଯୋଗ କରିଥିଲେ।

 

Breaking News