ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଇନଟାକ୍ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଇନଟାକ୍ ଓଡ଼ିଶା ଚାପ୍ଟର ଆବାହକ ଏ.ବି. ତ୍ରିପାଠୀ। ମାମଲା ହାଇକୋର୍ଟର ବିଚାରାଧୀନ ଥିବାରୁ ସରକାର କାମ ବନ୍ଦ କରନ୍ତୁ ବୋଲି ଚିଠିରେ ଉଲ୍ଲେଖା କରାଯାଇଛି। ଏଥି ସହିତ ଏହି ଘଟଣାକୁ ନେଇ ଭକ୍ତଙ୍କ ମଧ୍ୟରେ ଉଦବେଗ ରହିଛି । ତାହାଛଡ଼ା ରାୟ ଆସିବା ଯାଏ କାର୍ଯ୍ୟ ବନ୍ଦ କରାଗଲେ ପ୍ରକଳ୍ପ ପାଇଁ କିଛି ଅସୁବିଧା ନାହିଁ ବୋଲି କୁହାଯାଇଛି । ଏହି ପ୍ରକଳ୍ପ ମେଘନାଦ ପାଚେରୀ ଉପରେ ପ୍ରଭାବ ପକାଇ ପାରେ। ତେବେ AMSAR ଅନୁଯାୟୀ କାର୍ଯ୍ୟ କରିବାକୁ ଚିଠିରେ ଇନଟାକ ଲେଖିଛି । ମାମଲାର ଶୁଣାଣି ବେଳେ ASI ନିଜ ପକ୍ଷ ରଖିବାକୁ ଥିବାରୁ ବର୍ତ୍ତମାନ ପ୍ରକଳ୍ପ କାମ ସ୍ଥଗିତ ରଖିଲେ ପ୍ରକଳ୍ପ ସାରିବାରେ କିଛି ବିଳମ୍ବ ହେବନାହିଁ ବୋଲି କୁହାଯାଇଛି। ମୁଖ୍ୟମନ୍ତ୍ରୀ ନିଜେ ହେଉଛନ୍ତି ଇନଟାକର ପ୍ରତିଷ୍ଠାତା ସଦସ୍ୟ ଅଟନ୍ତି |






More Stories
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..