Report Card Odisha

| Daily Odia News

୧୬ ଏବଂ ୩୦ ତାରିଖ ସ୍କୁଲ ଛୁଟି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଚଳିତ ମାସ ୧୬ ଏବଂ ୩୦ ତାରିଖ ସ୍କୁଲ ଛୁଟି ରହିବ | ଆସନ୍ତା ବୁଦ୍ଧ ପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରିଛନ୍ତି ଗଣଶିକ୍ଷା ବିଭାଗ। ଏନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି | କହିଛନ୍ତି କି ଚଳିତବର୍ଷ ୭୦ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ ଆସିଥିବା ବେଳେ ୩୦ ପ୍ରତିଶତ ପିଲା ସ୍କୁଲ ଆସିନାହାନ୍ତି। ୧୦୦ ପ୍ରତିଶତ ସ୍କୁଲ ଉପସ୍ଥାନ ସଂଖ୍ୟା ରଖିବାକୁ ଗଣଶିକ୍ଷା ବିଭାଗର ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଏ ବାବଦରେ ଧ୍ୟାନ ଦେବା ସହ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କ ସହ ଯୋଗାଯୋଗରେ ରହିବେ। ଗାଁର ସରପଞ୍ଚ, ଏସଏଚଜିର ମହିଳାମାନଙ୍କ ସହ ଆଲୋଚନା କରି କେଉଁ ଗାଁରେ କେତେ ଛାତ୍ରଛାତ୍ରୀ ସ୍କୁଲ ଆସୁନାହାନ୍ତି ତାର ତଦାରଖ ରଖିବେ। ଆସନ୍ତା ସେସନରେ ସବୁ ପିଲା କେମିତି ଉପସ୍ଥିତ ରହିବେ ତା ଉପରେ ଧ୍ୟାନ ଦିଆଯିବ। ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଛାତ୍ରଛାତ୍ରୀ ପ୍ରସଙ୍ଗରେ ସ୍କୁଲ ୱାରି ରିପୋର୍ଟ ମଗାଯାଇଛି। ଏଥିପାଇଁ ୧୦ ଦିନ ସମୟ ଦିଆଯାଇଛି। ବର୍ତ୍ତମାନ ରିପୋର୍ଟ ଆସିବା ଆରମ୍ଭ ହୋଇଛି , କିଛି ସମୟ ଲାଗିବ ତଥ୍ୟ ଆସିବାକୁ। ଆସିଲା ପରେ ବାସ୍ତବ କାରଣ ଜଣାପଡିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଏ ନେଇ ନିଜର ମତ ରଖିଛନ୍ତି।

Breaking News