ରିପୋର୍ଟ କାର୍ଡ / ଗଂଜାମ
ଶେଷରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଲେ ବାଦଲ ସାହୁ | ଶନିବାର ଗଞ୍ଜାମ ଏସ୍.ପି.ଙ୍କ କାର୍ଯ୍ୟାଳୟ ଆଗରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହୂତି ଉଦ୍ୟମ କରିଥିବା ରମ୍ଭା ବୋରି ଗାଁ ଯୁବକ । ସୂଚନା ଅନୁସାରେ-ଶନିବାର ଅପରାହ୍ନ ସମୟରେ ଗଞ୍ଜାମ ଏସ୍ପିଙ୍କ ଅଫିସର ସମ୍ମୁଖରେ ଆତ୍ମହୁତି ଉଦ୍ୟମ କରିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଛତ୍ରପୁର ମେଡିକାଲ ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ ନିଆଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ନ୍ୟାୟ ମିଳିନଥିବାରୁ ସେ ଏଭଳି କରିଥିବା କହିଥିଲେ । ତାଙ୍କ ପରିବାରକୁ ଗାଁ ଲୋକ ବାସନ୍ଦ କରିଥିବା କହିଥିଲେ । ନ୍ୟାୟ ମିଳିବା ଆଶା ନେଇ ଗଞ୍ଜାମ ଏସ୍.ପିଙ୍କୁ ଭେଟିବା ପାଇଁ ଏକ ବାଇକରେ ସେ ଆସିଥିଲେ । ତେବେ ଏସ୍.ପିଙ୍କୁ ଭେଟିପାରିନଥିଲେ । ଏହାପରେ ସେ ଦେହରେ ନିଆଁ ଲଗାଇ ଦେଇଥିଲେ । ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିଲା ।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..