ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କର କୌଣସି ନିଖୋଜ ଥିବା ସୂଚନା ମିଳିଛି । ଶନିବାରଠାରୁ ସରୋଜ ନିଖୋଜ ଥିବା ନେଇ ତାଙ୍କ ପୁଅ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ସରୋଜଙ୍କୁ କେହି କିଡନାପ୍ କରିଥିବା ତାଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି । ଭୁବନେଶ୍ୱରର ୟୁନିଟ-୬ ସୂର୍ଯ୍ୟନଗରସ୍ଥିତ ଏକ ଆପାର୍ଟମେଣ୍ଟରେ ସରୋଜ ନିଜ ପରିବାର ସହ ରହୁଥିବା ବେଳେ ଗତକାଲି ସକାଳେ ସେ କୌଣସି କାରଣରୁ ବାହାରକୁ ଯାଇ ଆଉ ଫେରି ନଥିଲେ ।ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ସରୋଜଙ୍କ ଫୋନ୍ ସୁଇଜ୍ ଅଫ୍ ଦେଖାଇବାରୁ ତାଙ୍କର ପରିବାର ଲୋକେ ବିବ୍ରତ ହୋଇ ପଡ଼ିଥିଲେ । ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବା ସହ ଚାରିଆଡ଼େ ଖୋଜିବା ପରେ ସରୋଜଙ୍କର କୌଣସି ପତ୍ତା ମିଳିନଥିଲା । ସରୋଜ ଘରୁ ଯିବା ପୂର୍ବରୁ କାହାକୁ ଦେଖା କରିବାକୁ ଯାଉଛନ୍ତି ସେନେଇ ପରିବାର ଲୋକଙ୍କୁ କିଛି ଜଣାଇ ନଥିଲେ । ତେବେ ଗତକିଛି ଦିନ ହେଲା ସରୋଜଙ୍କ ନିକଟକୁ କିଛି ସନ୍ଦେହଜନକ ଫୋନ୍ ଆସୁଥିଲା । ଉକ୍ତ ଫୋନକୁ ନେଇ ସରୋଜ ଅଧିକାଂଶ ସମୟରେ ବ୍ୟସ୍ତ ରହୁଥିଲେ । କିଏ ଓ କାହିଁକି ଫୋନ କରୁଥିଲେ ତାହା ପରିବାର ଲୋକେ ଜାଣି ନାହାନ୍ତି । ବୋଧହୁଏ କେହି ସରୋଜଙ୍କୁ ବ୍ଲାକମେଲିଂ କରୁଥିଲେ ବୋଲି ତାଙ୍କର ପୁଅ କହିଛନ୍ତି । ସରୋଜ ଜଣେ ରାଜନେତା ହୋଇଥିବାରୁ ଏହି ଘଟଣାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରି ପୋଲିସ ତଦନ୍ତ ଆରମ୍ଭ କରିଛି । ସରୋଜଙ୍କର ମୋବାଇଲ ନମ୍ବରର ମାସକର କଲ ଡିଟେଲ୍ସ ରେକର୍ଡ ମଗାଯାଇଛି । ସୂଚନାଯୋଗ୍ୟ ଯେ, ସରୋଜ ଗତ ୨୦୦୪ରେ ଆସିକାରୁ ସ୍ୱାଧିନ ପ୍ରାର୍ଥୀ ଭାବେ ବିଧାୟକ ହୋଇଥିଲେ । ୨୦୧୪ରେ ସେ ନିର୍ବାଚନ ଲଢ଼ିଥିଲେ ଓ ୨୦୧୯ରେ କଂଗ୍ରେସ ଛାଡ଼ିଥିଲେ ।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..