ରିପୋର୍ଟ କାର୍ଡ / କଟକ
କଟକ ସଦର ଥାନା ଅଞ୍ଚଳରୁ ନାବାଳିକାଙ୍କୁ ଅପହରଣ ଉଦ୍ୟମ ବେଳେ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ୱିତ ରାତିରେ ନାବାଳିକାଙ୍କ ହାତଗୋଡ଼ ବନ୍ଧା ଅବସ୍ଥାରେ ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅପହରଣ ଘଟଣାରେ ପୋଲିସ ଜଣେ ଆଶ୍ରମର କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ତେବେ ନାବାଳିକା ଜଣଙ୍କୁ କାହିଁକି ଅପହରଣ କରାଯାଉଥିଲା ଏବଂକେଉଁ ସ୍ଥାନକୁ ନିଆଯାଉଥିଲା ତାହା ଜଣାପଡ଼ିନାହିଁ ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….