ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜିଏସ୍ଟି ଆଇନ ପ୍ରଣୟନରେ କେନ୍ଦ୍ର ରାଜ୍ୟର ସମାନ କ୍ଷମତା ରହିଛି | ଗୁରୁବାର ଜିଏସ୍ଟି ପରିଷଦର କ୍ଷମତା ପରିସର ସଂପର୍କରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ପରିଷଦର ରାୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗୁଡ଼ିକ ପାଇଁ ବାଧ୍ୟତାମୂଳକ ନୁହେଁ। ଏହାକୁ ସେମାନେ କେବଳ ବିଚାର ପାଇଁ ଗ୍ରହଣ କରିପାରିବେ। ସେହିଭଳି ଜିଏସ୍ଟି ସଂପର୍କରେ ଆଇନ ପ୍ରଣୟନ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ଗୁଡ଼ିକର ସମାନ କ୍ଷମତା ରହିଛି। ଜିଏସ୍ଟିରେ ଉଭୟ କେନ୍ଦ୍ର ଓ ରାଜ୍ୟର ସମାନ କ୍ଷମତା ରହିଛି। ସୁପ୍ରିମକୋର୍ଟ ଉପରୋକ୍ତ ରାୟ ଦେବାସହିତ ଏକ ମାମଲାରେ ଗୁଜରାଟ ହାଇକୋର୍ଟ କେନ୍ଦ୍ରୀୟ ବିଜ୍ଞପ୍ତି ରଦ୍ଦ କରିବା ନେଇ ଦେଇଥିବା ରାୟକୁ କାଏମ୍ ରଖିଛନ୍ତି। ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଗୋଟିଏ କମ୍ପାନିର ଆଇଜିଏସ୍ଟି ମାମଲାରେ ଜାରି ରହିଥିବା କେନ୍ଦ୍ରୀୟ ବିଜ୍ଞପ୍ତିକୁ ଗୁଜରାଟ ହାଇକୋର୍ଟ ଖାରଜ କରିଦେଇଥିଲେ। ଏହା ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ ହୋଇଥିଲା। ସୁପ୍ରିମ କୋର୍ଟ ଆଜି ଗୁଜରାଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିବା ସହିତ ଜିଏସ୍ଟି ପରିଷଦ ମିଳିମିଶି କାର୍ଯ୍ୟ କରିବା ଲାଗି ଗୁରୁତ୍ବାରୋପ କରିଛନ୍ତି। ଏଥିସହିତ, ସୁପ୍ରିମ କୋର୍ଟ ଉକ୍ତ ମାମଲାରେ ସଂଘୀୟ ବ୍ୟବସ୍ଥା ଉପରେ ମଧ୍ୟ ଆଲୋକପାତ କରିଛନ୍ତି। ଭାରତର ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସବୁ ସମୟରେ ଆଲୋଚନା ମାଧ୍ୟମରେ କାର୍ଯ୍ୟ କରିଥା’ନ୍ତି। ଜିଏସ୍ଟି ପରିଷଦର ସୁପାରିସ ସହଯୋଗମୂଳକ ଆଲୋଚନାର ଫଳ। ଏହାର ଅର୍ଥ ନୁହେଁ ଯେ, କୌଣସି ସଂଘୀୟ ୟୁନିଟର ସବୁବେଳେ ଅଧିକ ଭାଗ ରହିବ ବୋଲି ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି।






More Stories
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……
ଜାଣନ୍ତୁ ଚଳିତବର୍ଷର ବଜେଟ୍…..