ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲାଲୁ ଯାଦବଙ୍କ ନାମରେ ସିବିଆଇ ନୂଆ ମାମଲା ରୁଜୁ କରିଛି । ନିକଟରେ ଚାରା ଦୁର୍ନୀତି ମାମଲାରେ ଜାମିନ ମିଳିବା ପରେ ଜେଲରୁ ବାହାରିଥିଲେ | ସିବିଆଇ ଲାଲୁ ଯାଦବଙ୍କ ସହ ଜଡିତ ୧୭ଟି ସ୍ଥାନରେ ଚଢଉ କରିଛି । ତାଙ୍କ ପତ୍ନୀ ରାବଡୀ ଦେବୀ ଓ ଝିଅ ମୀସା ଭାରତୀଙ୍କ ପାଟନା, ଗୋପାଲଗଞ୍ଜ ଓ ଦିଲ୍ଲୀ ସ୍ଥିତ ବାସଭବନରେ ରେଡ୍ କରୁଥିବା ଜଣାପଡୁଛି । ନିଯୁକ୍ତିରେ ଦୁର୍ନୀତିକୁ ନେଇ ସିବିଆଇ ଏହି ଚଢଉ କରିଥିବା ସୂଚନା ମିଳିଛି । ଅଭିଯୋଗ ହୋଇଛି ଯେ, ଚାକିରୀ ଦେବା ବଦଳରେ ଲାଲୁ ପରିବାର ଅନେକଙ୍କଠୁ ଘର ଓ ଜମି ନେଇଥିଲେ । ସିବିଆଇର ସୂତ୍ରାନୁସାରେ, ଲାଲୁ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ଥିଲା ବେଳେ ଦୁର୍ନୀତି ହୋଇଥିଲା । ସେ ଚାକିରୀ ବଦଳରେ ଅନେକଙ୍କଠୁ ଜମି ଓ ଘର ନେଇଥିଲେ । ଏହି ମାମଲାରେ ସିବିଆଇ ଏଫଆଇଆର ଦାଖଲ କରିଥିଲା ।






More Stories
ବିହାର ହାର୍ ପାଇଁ ଆରଜେଡି ଦାୟୀ…..
ଚମକିଲେ ଚିରାଗ ପାଶୱାନ,୨୨ସିଟରେ ଆଗୁଆ…..
ଦିଲ୍ଲୀ ବିସ୍ଫୋରଣ:ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ…..