ରିପୋର୍ଟ କାର୍ଡ / ମାଲକାନଗିରି
ମେଡିକାଲ ଚେକଅପ୍ ବେଳେ ପୋଲିସକୁ ଚକମା ଦେଇ ଫେରାର ହୋଇ ଯାଇଛନ୍ତି ୨ ଅଭିଯୁକ୍ତ | ଏଭଳି ଘଟଣା ମାଲକାନଗିରି କାଲିମେଳା ମେଡିକାଲରେ । ସୂଚନା ଅନୁସାରେ, କାଲିମେଳା ମେଡିକାଲକୁ ଚେକଅପ୍ ପାଇଁ ୨ ଅଭିଯୁକ୍ତଙ୍କୁ ଆଣିଥିବା ପୋଲିସ । କିନ୍ତୁ ସେଠାରେ ପୋଲିସକୁ ଚକମା ଦେଇ ୨ ଅଭିଯୁକ୍ତ ଖସି ପଳାଇପାରେ ସଫଳ ହୋଇଥିଲେ । ଏହାପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ତେବେ ନିକଟ ଜଙ୍ଗଲରୁ ଜଣେ ଅଭିଯୁକ୍ତ ଧରାପଡିଥିବା ବେଳେ ଅନ୍ୟ ଜଣେ ଏବେ ବି ଫେରାର ଥିବା ଜଣାପଡିଛି । ଗତ ବୁଧବାର ଗଞ୍ଜେଇ ଚାଲାଣ ବେଳେ ଏହି ୨ ଅଭିଯୁକ୍ତ ଧରାପଡିଥିଲେ । କୋର୍ଟଚାଲାଣ ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେମାନଙ୍କୁ କାଲିମେଳା ମେଡିକାଲକୁ ନେଇଥିଲା ପୋଲିସ ।






More Stories
ବେଆଇନ ନିଯୁକ୍ତି ନେଇ ତାଗିଦ…..
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..