Report Card Odisha

| Daily Odia News

ଜେଲରୁ ବାହାରିଲେ ଆଜାମ ଖାନ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସମାଜବାଦୀ ପାର୍ଟି ର ବରିଷ୍ଠ ନେତା ଆଜାମ ଖାନ୍ ୨୭ ମାସ ପରେ ଜେଲରୁ ମୁକୁଳିଛନ୍ତି | ସେ ସୀତାପୁର ଜେଲରେ ଥିଲେ। ଆଜାମ ଜେଲରୁ ବାହାରିବା ସମୟରେ ଶିବପାଲ ଯାଦବ, ଆଜାମ ଖାନଙ୍କର ଦୁଇ ପୁଅ ଅବ୍ଦୁଲ୍ଲା ଏବଂ ଅଦୀବ ତାଙ୍କୁ ଆଣିବାକୁ ପହଞ୍ଚିଥିଲେ। ଆଜାମ ଖାନଙ୍କୁ ସୁପ୍ରିମକୋର୍ଟ ମେ ୧୯ ରେ ଅନ୍ତରିଣ ଜାମିନ ପ୍ରଦାନ କରିଥିଲେ। ଗତକାଲି ସନ୍ଧ୍ୟା ୫:୩୦ ସୁଦ୍ଧା ଆଜାମଙ୍କୁ ଛାଡ଼ିବା ପାଇଁ ଆଦେଶନାମା ସାର୍ଟିଫିକେଟ କପି ଜେଲ ପର୍ଯ୍ୟନ୍ତ ପହଞ୍ଚ ପାରି ନଥିଲା। ଏହି କାରଣରୁ ସେ ବାହାରି ପାରି ନଥିଲେ। ଆଜାମଙ୍କୁ ଜାମିନ ସହ ନିର୍ଦ୍ଦେଶ ଦିଆଯାଇଛି ଯେ, ସେ କୌଣସି ଗଣମାଧ୍ୟମ ସହ ଆଲୋଚନା କରିବେ ନାହିଁ । ଏହି କାରଣରୁ ସେ ଆଜି ଜେଲରୁ ବାହାରିବା ସମୟରେ ଗଣମାଧ୍ୟମକୁ କିଛି କହି ନଥିଲେ । ରାମପୁରର କୋଟୱାଲି ପୋଲିସ ଷ୍ଟେସନ ସହ ଜଡିତ ଏସପି ନେତା ଆଜମ ଖାନଙ୍କୁ ମୁକ୍ତ କରିବା ପୂର୍ବରୁ ସୀତାପୁର ଜିଲ୍ଲା ଜେଲ ବାହାରେ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଥିଲା। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ଆଜାମଙ୍କ ପୁଅ ଆଦିବ କହିଛନ୍ତି ଯେ ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତିରେ ମୁଁ ବହୁତ ଖୁସି। ରିଲିଜ୍ ପରେ ଆମେ ସିଧା ରାମପୁର ଯିବୁ ।

Breaking News