ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭାଇବୋହୂକୁ ନେଇ ଦେଢ଼ଶୂର ଫେରାର୍ ହୋଇଯାଇଛନ୍ତି। ମହିଳାଜଣକ ସାଙ୍ଗରେ ନେଇଯାଇଛନ୍ତି ଅଢ଼େଇବର୍ଷର ପୁଅକୁ। କିନ୍ତୁ ଦେଢ଼ଶୂର ନିଜର ସ୍ତ୍ରୀ ପିଲାମାନଙ୍କୁ ଛାଡ଼ି ଚାଲିଯାଇଛନ୍ତି। ମହିଳାଜଣକ ୪ ବର୍ଷ ପୂର୍ବେ ପ୍ରେମ କରି ବିବାହ କରିଥିବା ବେଳେ ସ୍ବାମୀଙ୍କ ବଡ଼ଭାଇକୁ ପୁଣି ଭଲ ପାଇ ଘର ଛାଡ଼ିଛନ୍ତି। ଏମିତି ଏକ ଅଜବ ଘଟଣାକୁ ନେଇ ଆଜି ଭରତପୁର ଥାନାରେ ଅଭିଯୋଗ ହୋଇଛି | ଭରତପୁର ଅଞ୍ଚଳର ଏକ ବସ୍ତିରେ ଘଟିଛି ଏହି ଅଶୋଭନୀୟ ଘଟଣା। ସାନ ଭାଇ ପ୍ରେମ କରି ୪ ବର୍ଷ ତଳେ ବିବାହ କରିଥିଲା। ଅଢ଼େଇ ବର୍ଷ ତଳେ ସେମାନଙ୍କ କୋଳକୁ ଆସିଥିଲା ଏକ ପୁତ୍ର ସନ୍ତାନ। ସବୁ କିଛି ଠିକ୍ ଚାଲିଥିଲା। ମାତ୍ର ଏସବୁ ଭିତରେ କେତେବେଳେ ଦେଢ଼ଶୂର ଓ ଭାଇବୋହୂ ମଧ୍ୟରେ ଗଢ଼ିଉଠିଲା ପ୍ରେମସମ୍ପର୍କ। ଲୋକଲଜ୍ଜା ଭୟରେ କଥା ବାହାରକୁ ନଆସିଲେ ମଧ୍ୟ ଘରେ ଆରମ୍ଭ ହୋଇଥିଲା ଝଗଡ଼ା। ସାନଭାଇ ଓ ତା’ ସ୍ତ୍ରୀ ମଧ୍ୟରେ ଯେତିକି ପାଟିତୁଣ୍ଡ ହେଉଥିଲା, ବଡ଼ଭାଇ ଓ ତା’ ସ୍ତ୍ରୀ ମଧ୍ୟରେ ଝଗଡା ହେଉଥିଲା। ପ୍ରାୟ ବର୍ଷେ ହେଲା ଏହି ଝଗଡ଼ାକୁ ଯଥାସମ୍ଭବ ଚାପି ରଖିବାକୁ ଉଦ୍ୟମ ହୋଇଥିଲା। କିନ୍ତୁ ଦେଢ଼ଶୂର ଓ ଭାଇବୋହୂଙ୍କ ପ୍ରେମକୁ ବାଧାଦେବା ସମ୍ଭବ ହୋଇନଥିଲା। ଗତ ଦୁଇ ଦିନ ତଳେ ସେମାନେ ଘର ଛାଡ଼ି ଫେରାର୍ ହୋଇଯାଇଛନ୍ତି । ସାନ ଭାଇ ତା’ ଶ୍ବଶୁର ଘର ସହ ଯୋଗାଯୋଗ କଲା ପରେ ଆଜି ବାପଘର ଲୋକେ ଭରତପୁର ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଫେରାର୍ ଭାଇବୋହୂ ଓ ଦେଢ଼ଶୂରଙ୍କ ଫୋନ୍ କଲ୍ ଟ୍ରାକ୍ କରିବା ସହ ଉଭୟଙ୍କୁ ଠାବ କରିବାକୁ ଚେଷ୍ଟା କରୁଛି।






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..