ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରେମିକ ସହ ଅନ୍ତରଙ୍ଗ ସମୟର ଭିଡିଓ ଭାଇରଲ କଲେ ପ୍ରେମିକା | ପ୍ରେମିକ ପାଇଁ ଗତ ଖୋଲିଥିଲେ ନିଜେ ଫସିଗଲେ | ନୂଆ ପ୍ରେମିକ ମିଳିବା ପରେ ପୁରୁଣା ପ୍ରେମିକଠାରୁ ପିଛା ଛଡାଇବାକୁ ଭିଡିଓ ଭାଇରାଲ୍ କରିଛନ୍ତି ଯୁବତୀ ଜଣଙ୍କ । ଏମିତି ଘଟଣା ଦେଖିବାକୁ ମିଳିଛି ଫୁଲନଖରା ଅଞ୍ଚଳରେ । ଘଟଣାରେ ମହିଳା ଥାନା ପୋଲିସ ଓ ଡିସିପି ଅଫିସ୍ ହସ୍ତକ୍ଷେପ ପରେ ଜେଲ୍ ଯିବାରୁ ବର୍ତ୍ତି ଯାଇଛନ୍ତି ଯୁବକ ଜଣଙ୍କ । ସୂଚନା ମୁତାବକ, ଯାଜପୁର ଜିଲ୍ଳା ବିଞ୍ଝାରପୁର ଅଞ୍ଚଳରେ ପ୍ରକାଶ ୨୮ ବର୍ଷୀୟ ପ୍ରକାଶ ମାଝି ନୟାପଲ୍ଲୀ ବେହେରା ସାହିରେ ରହନ୍ତି । ସେ ଆଚାର୍ଯ୍ୟ ବିହାରରେ ଥିବା ଏକ ଘରୋଇ ସଂସ୍ଥାରେ ଚାକିରି କରିଛନ୍ତି । ୨୦୧୯ ଅଗଷ୍ଟରେ ଫୁଲନଖରାର ୨୭ ବର୍ଷୀୟ ପ୍ରୀତିଙ୍କ ପ୍ରେମରେ ପଡିଯାଇଥିଲେ । ଯିଏକି, ତାଙ୍କ ଅଫିସ୍ରେ ଚାକିରି କରିଥିଲେ । କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା । ସ୍ୱାମୀ-ସ୍ତ୍ରୀ ଭଳି ଚଳୁଥିଲେ । ଏ ବିଷୟରେ ପରିବାର ଲୋକ ମଧ୍ୟ ଜାଣିଥିଲେ । ବାହାଘର କରିବାକୁ ରାଜିଥିଲେ । ଅନେକ ଥର ଉଭୟ ହୋଟେଲ୍ ଯାଇ ସମୟ କାଟୁଥିଲେ । ଏହାରି ଭିତରେ ପ୍ରୀତିଙ୍କ ଜୀବନରେ ଆଉ ଜଣେ ଯୁବକ ଆସିଥିଲେ । ତେବେ ପ୍ରଥମ ପ୍ରେମିକ ପ୍ରକାଶ କିନ୍ତୁ ପ୍ରୀତିଙ୍କୁ ଛାଡି ପାରୁ ନଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ମଧ୍ୟ ହେଉଥିଲା । ତେବେ ପ୍ରକାଶଙ୍କଠାରୁ ପିଛା ଛଡାଇବାକୁ ପ୍ରୀ ତି ମୁଣ୍ଡରେ ଏକ ସଇତାନ ବୁଦ୍ଧି ଜୁଟିଲା । ପ୍ରକାଶଙ୍କୁ ଜେଲ୍ ପଠାଇ ସବୁଦିନ ପାଇଁ ପିଛା ଛଡାଇବାକୁ ପ୍ରୀତି ଯୋଜନା କଲେ । ଦୁହିଁଙ୍କର ହୋଟେଲ୍ ରୁମ୍ରେ ଥିବା ଅଶ୍ଳୀଳ ଭିଡିଓକୁ ଭାଇରାଲ୍ କରିଦେଲେ ନିଜେ ପ୍ରୀତି । ଆଉ ପରିବାର ଲୋକଙ୍କ ସାମନାରେ କୁମ୍ଭୀର କାନ୍ଦଣା କାନ୍ଦି ମହିଳା ଥାନାକୁ ଗଲେ ଅଭିଯୋଗ କରିବାକୁ । ଥାନାରେ ଏତଲା ପରେ ମହିଳା ଥାନା ପୁଲିସ୍ ପ୍ରକାଶଙ୍କୁ ଥାନାକୁ ଡକାଇଥିଲା । ତେବେ ଏସବୁ ଘଟଣା ସଂପର୍କରେ ନିଜ ଘରେ ଓ ପ୍ରୀତିଙ୍କ ଘର ଲୋକଙ୍କୁ କହିଥିଲେ ପ୍ରକାଶ । ଏଥିରେ ଉଭୟ ପରିବାର ହସ୍ତକ୍ଷେପ କରିଥିଲେ । ତୁରନ୍ତ ଉଭୟଙ୍କ ବାହାଘର କରିବାକୁ ଉଭୟ ପରିବାର ନିଷ୍ପତ୍ତି ନେଇଥିଲେ । ହେଲେ ପ୍ରୀତି ବାହା ହେବାକୁ ମନା କରି ଦେଇଥିଲେ । ଯାହାକୁ ନେଇ ପୁଲିସର ସନ୍ଦେହ ଘେରକୁ ଆସିଥିଲେ ପ୍ରୀତି । ମହିଳା ଥାନା ପୋଲିସ କାଉନସେଲିଂ ପାଇଁ ଉଭୟଙ୍କୁ ଡିସିପି ଅଫିସ୍ରେ ଥିବା ‘ମାଧ୍ୟମ’କୁ ପଠାଇଥିଲା । ଦୁଇ ଦିନ କାଉନସେଲିଂ ପରେ ମଧ୍ୟ କିଛି ଲାଭ ହେଲାନାହିଁ । ତେବେ ପୋଲିସ ଭାଇରାଲ ଭିଡିଓର ଗୁମର ଖୋଲିବାକୁ ଉଦ୍ୟମ ଜାରି ରଖିଥିଲାବେଳେ ହାତରେ ଲାଗିଥିଲା ସାଂଘାତିକ ତଥ୍ୟ । ଭାଇରାଲ ଭିଡିଓ ପାଇଥିବା ଲୋକଙ୍କୁ ଟାର୍ଗେଟ କରିଥିଲା ପୋଲିସ । ଜଣାପଡ଼ିଲା ଯେଉଁମାନଙ୍କ ପାଖକୁ ଭାଇରାଲ ଭିଡିଓ ଯାଇଛି ସେମାନେ ସବୁ ପ୍ରୀତିର ସହଯୋଗୀ ଓ ଗାଁ ଲୋକ । ସେମାନଙ୍କୁ ଜେରା କରିବା ପରେ ପ୍ରୀତିଙ୍କ ଏହି ସାଂଘାତିକ ପ୍ଲାନ୍ର ଗୁମର ଖୋଲିଥିଲା । ତେବେ ଏହି ଘଟଣା ଜଣାପଡିବା ପରେ ଦ୍ୱିତୀୟ ପ୍ରେମିକ ଏବେ ଆଉ ପ୍ରୀତିଙ୍କୁ ଆଉ ଧରାଛୁଆଁ ଦେଉନାହାନ୍ତି ।






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..