ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ | ଏହି ଅବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ଶ୍ରାଦ୍ଧ ବାର୍ଷିକୀରେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆଜିକୁ ୩୧ ବର୍ଷ ତଳେ ତାମିଲନାଡୁରେ ଜଣେ ଆତ୍ମଘାତୀ ବୋମାବିସ୍ଫୋରଣକାରୀଙ୍କଦ୍ବାରା କଂଗ୍ରେସ ନେତା ରାଜୀବ ଗାନ୍ଧୀ ନିହତ ହୋଇଥିଲେ। ଦିଲ୍ଲୀର ବୀରଭୂମିରେ ଥିବା ରାଜୀବ ଗାନ୍ଧୀଙ୍କ ସମାଧିସ୍ଥଳକୁ ଯାଇ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଅନ୍ୟାନ୍ୟ କଂଗ୍ରେସ ନେତା ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ରାଜୀବ ଗାନ୍ଧୀଙ୍କ ପୁତ୍ର ତଥା କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ମଧ୍ୟ ଟୁଇଟ୍ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୧୯୪୪ ମସିହା ଅଗଷ୍ଟ ୨୦ ତାରିଖରେ ରାଜୀବ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ସ୍ବାଧୀନତା ସଂଗ୍ରାମୀ ତଥା ରାଜନେତା ଫିରୋଜ ଗାନ୍ଧିଙ୍କ ପୁତ୍ର ଭାବେ ଜନ୍ମ ଗ୍ରହଣ କରିଥିଲେ। ୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ସେ ଦେଶର ୬ଷ୍ଠ ତଥା ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୧୯୮୦ ମସିହାରେ ଏକ ଲଢୁଆ ବିମାନ ଦୁର୍ଘଟଣାରେ ସାନଭାଇ ସଞ୍ଜୟଙ୍କର ମୃତ୍ୟୁ ଘଟିବା ପରେ ରାଜୀବ ଗାନ୍ଧୀ ରାଜନୀତିରେ ପ୍ରବେଶ କରିଥିଲେ। ଏହାର ବର୍ଷକ ପରେ ସେ ସଞ୍ଜୟଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଉତ୍ତର ପ୍ରଦେଶର ଆମେଠିରୁ ବିଜୟୀ ହୋଇଥିଲେ।






More Stories
ହକି ଇଣ୍ଡିଆ ଡିଜିଙ୍କୁ ଜବାବ ମାଗିଲେ ଦିଲୀପ…..
କେନ୍ଦ୍ର ବିରୋଧରେ କେଜ୍ରିୱାଲଙ୍କ ଅନ୍ଦୋଳନ…..
ଉଦୟନିଧି ଷ୍ଟାଲିନ ଗିରଫ…..