ରିପୋର୍ଟ କାର୍ଡ / ପାଟଣା
ବିହାରର ପୂର୍ଣ୍ଣିୟା ଜିଲ୍ଲାରେ ସୋମବାର ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଟ୍ରକରେ ପ୍ରାୟ ୧୬ ଜଣ ଶ୍ରମିକ ଜମ୍ମୁ-କାଶ୍ମୀର ଯାଉଥିଲେ | ପୂର୍ଣ୍ଣିୟାର ଜିଲ୍ଲା ଜଲାଲଗଡ ଠାରେ ଟ୍ରକଟି ଭାରସମ୍ୟ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଖବରପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଗୁରୁତର ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟ୍ରକରେ ବୋରିଂର ଜିନିଷ ପତ୍ର ସହ ଲୁହାପାଇପ ମଧ୍ୟ ଥିଲା। ଫଳରେ ଏହା ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଫଳରେ ପାଇପ ତଳେ ଦବି ଯାଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଟ୍ରକଟି ଦ୍ରୁତ ଗତିରେ ଥିଲା। ଭୋର ସମୟରେ ଚାଳକର ଆଖି ଲାଗି ଯିବାରୁ ଫଳରେ ଏହା ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା। ସମସ୍ତ ଶ୍ରମିକ ରାଜସ୍ଥାନର ଉଦୟପୁରର ଖୋରୱାଡାର ବାସିନ୍ଦା ଥିଲେ ବୋଲି ଜଣାପଡିଛି।






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……