ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାଣପୁର କୋର୍ଟରେ ଆଜି ଆତ୍ମସମର୍ପଣ କରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ତାଙ୍କ ମଧ୍ୟବର୍ତ୍ତିକାଳୀନ ଜାମିନ ଅବଧି ସରିଯାଇଥିବାରୁ କୋର୍ଟ ତାଙ୍କୁ ବିଚାରବିଭାଗ ହାଜତକୁ ପଠାଇ ଦେଇଛନ୍ତି। ଏହା ପୂର୍ବରୁ ତାଙ୍କ ପୁନଃ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ। ସୂଚନାଯୋଗ୍ୟ,୨ ଥର ସାତଦିନିଆ ଅନ୍ତରୀଣ ଜାମିନ ମିଳିବା ପରେ ଗତ ୨୦ ତାରିଖରେ ମାନ୍ୟବର ହାଇକୋର୍ଟ ଜଗଦ୍ଦେବଙ୍କ ନିୟମିତ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଯାହା ପରେ ଆଜି ସେ ବାଣପୁର ଜେଏମଏଫସିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଗତ ମାର୍ଚ୍ଚ ୧୨ ତାରିଖରେ ଲୋକଙ୍କ ଉପତେ ଗାଡି ମଡେଇବା ମାମଲାରେ ସେ ମାର୍ଚ୍ଚ ୨୨ ତାରିଖରୁ ବାଣପୁର ଉପକାରାଗାରରେ ଥିଲେ।






More Stories
ବେଆଇନ ନିଯୁକ୍ତି ନେଇ ତାଗିଦ…..
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..