ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ବିକାଶ ଯାତ୍ରାରେ ଜାପାନର ଏକ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଛି । ଟୋକିଓଠାରେ ଚାଲିଥିବା କ୍ବାଡ ଶିଖର ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି | ଏହା ମଧ୍ୟ କହିଛନ୍ତି କି ଭାରତ ଓ ଜାପାନ ପ୍ରାକୃତିକ ସହଯୋଗୀ | ଉଭୟ ଦେଶ ମଧ୍ୟରେ ଆଧ୍ୟାତ୍ମିକତା ଓ ସହଯୋଗର ବନ୍ଧନ ରହିଛି | ଟୋକିଓଠାରେ ମୋଦୀ ଆଜି ଭାରତୀୟ ସଂପ୍ରଦାୟକୁ ଭେଟିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଭାରତୀୟ ସଂପ୍ରଦାୟ ଦୁଇ ଦେଶ ମଧ୍ୟରେ ଥିବା ସଂପର୍କକୁ ସୁଦୃଢ କରୁଛନ୍ତି । ସେମାନେ ଜାପାନରେ ଭାରତକୁ ନେଇଆସିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସ୍ବାମୀ ବିବେକାନନ୍ଦଙ୍କ ଉପରେ ଜାପାନର ଗଭୀର ପ୍ରଭାବ ପଡ଼ିଥିଲା । ଅନ୍ୟପକ୍ଷରେ ଆଜିର ବିଶ୍ବ ସମସ୍ୟାର ସମାଧାନ ପାଇଁ ଭଗବାନ ବୁଦ୍ଧଙ୍କ ପ୍ରଦର୍ଶୀତ ମାର୍ଗର ଅନୁସରଣ କରାଯିବା ଉଚିତ ବୋଲି ସେ କହିଛନ୍ତି ।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..