ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ପ୍ରବଳ ବର୍ଷା ପବନ ପାଇଁ ବିମାନ ଚଳାଚଳ ବ୍ୟାହତ ହୋଇଛି। ସକାଳେ ୧୯ଟି ବିମାନ ଅବତରଣ କରିପାରିନାହିଁ। ବିମାନଗୁଡ଼ିକୁ ଜୟପୁର, ଲକ୍ଷ୍ନୌ, ଇନ୍ଦୋର, ଅହମଦାବାଦ, ଅମୃତସର ଆଦି ବିମାନ ବନ୍ଦରକୁ ପଠାଇ ଦିଆଯାଇଥିଲା। ମୋଟ ୬୦ଟି ବିମାନର ଅବତରଣ ଏବଂ ଉଡ଼ାଣ ବିଳମ୍ବ ହୋଇଛି। ବିଳମ୍ବିତ ସନ୍ଧ୍ୟାରେ ପୁନର୍ବାର ବର୍ଷା, ଘଡ଼ଘଡ଼ି ସହିତ ଘଣ୍ଟାପ୍ରତି ୮୦ କିମି ବେଗରୋ ପବନ ବହିବାରୁ ବିମାନ ସେବା ବ୍ୟାହତ ହୋଇଛି। ଅସୁବିଧାକୁ ଏଡ଼ାଇବା ପାଇଁ ବିମାନ ଉଡ଼ାଣ ଓ ଅବତରଣ ସ୍ଥିତି ଯାଞ୍ଚ ନିମନ୍ତେ ଯାତ୍ରୀମାନଙ୍କୁ ଏୟାର ଇଣ୍ଡିଆ, ସ୍ପାଇସଜେଟ୍, ଇଣ୍ଡିଗୋ ଏବଂ ଭିସ୍ତାରା ଏୟାରଲାଇନ୍ସ ସମେତ ଦିଲ୍ଲୀ ବିମାନ ବନ୍ଦର ପକ୍ଷରୁ ସୂଚନା ଦିଆଯାଇଥିଲା।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..