ରିପୋର୍ଟ କାର୍ଡ / ସାନଖେମୁଣ୍ଡି
ପ୍ରେମିକର ଆତ୍ମହତ୍ୟା ପରେ ପ୍ରେମିକାର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜରଡ଼ା ଥାନା ସାମନ୍ତରାୟପୁର ଗାଁରେ। ମିଳିଥିବା ସୂଚନା ଅନୁସାରେ- କୌଣସି କାରଣକୁ ନେଇ ପ୍ରେମିକ ବେକରେ ରଶି ଲଗା ଆତ୍ମହତ୍ୟା କରିଥିଲା । ଏହାଦେଖି ପ୍ରେମିକା ଜଣଙ୍କ ପ୍ରେମିକର ମର ଶରୀର ନିକଟରେ କିଛି ସମୟ ଧରି କାନ୍ଦିବା ସହିତ ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଗାଁ ଆମ୍ବତୋଟାରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଜରଡା ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ତେବେ ଉଭୟ କଣ ପାଇଁ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..