ରିପୋର୍ଟ କାର୍ଡ / ରାଉରକେଲା
ପରୀକ୍ଷା ହଲ୍ରେ ଛାତ୍ରଙ୍କର ମୃତ୍ୟୁ ହୋଇଛି | ଏଭଳି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ କଲେଜରେ | ମୃତ ଛାତ୍ରଙ୍କ ନାମ ମହମ୍ମଦ ଅର୍ଫାନ ବୋଲି ଜଣାପଡିଛି । ସୂଚନା ଅନୁସାରେ- ବଣାଇ କଲେଜରେ ଯୁକ୍ତ ୨ ବିଜ୍ଞାନ ପଢୁଥିଲେ ଛାତ୍ର । ଆଜି ପରୀକ୍ଷାହଲ୍ରେ ପରୀକ୍ଷା ଦେବେ ସମୟରେ ହଠାତ୍ ଛାତ୍ରଜଣଙ୍କ ଅଚେତ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….