Report Card Odisha

| Daily Odia News

ଆସନ୍ତାକାଲି ଭାରତ ବନ୍ଦ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତାକାଲି ଅର୍ଥାତ ୨୫ ମେ’ ଭାରତ ବନ୍ଦ ଡାକରା ଦିଆଯାଇଛି | ରାଷ୍ଟ୍ରିୟ ପଛୁଆ ବର୍ଗ ମୋର୍ଚ୍ଚା ଓଡ଼ିଶା ପକ୍ଷରୁ ଭାରତ ସରକାରଙ୍କ ଓବିସିମାନଙ୍କ ଜାତି ଅଧାରିତ ଜନଗଣନା ନକରାଯିବା ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଥିବା ସୂଚନା ମିଳିଛି | ଉତ୍ତରପ୍ରଦେଶରେ ବାହୁଜନ ମୁକ୍ତି ପାର୍ଟି ସାହାରନପୁର ଜିଲ୍ଲା ସଭାପତି ନୀରଜ ଧିମାନ କହିଛନ୍ତି ଯେ, ଅନ୍ୟ ପଛୁଆ ଜାତିଗୁଡ଼ିକର ସ୍ୱତନ୍ତ୍ର ଜାତିଭିତ୍ତିକ ଜନଗଣନା କରିବାକୁ କେନ୍ଦ୍ର ସରକାର ମନା କରିଛନ୍ତି । ନିର୍ବାଚନରେ ଇଭିଏମ୍ ବ୍ୟବହାର ଏବଂ ବେସରକାରୀ କ୍ଷେତ୍ରରେ ଏସସି / ଏସଟି / ଓବିସି ପାଇଁ ସଂରକ୍ଷଣର କାର୍ଯ୍ୟାନ୍ୱୟନକୁ ନେଇ ମଧ୍ୟ ସମସ୍ୟା ସୃଷ୍ଟି କରିଛନ୍ତି । ବିଏମପି ମୁଖ୍ୟ ନୀରଜ ଧିମାନଙ୍କ ମତରେ, ନିର୍ବାଚନ ଇଭିଏମରେ ଜଡ଼ିତ ଗଡ଼ବଡ଼ି ବ୍ୟତୀତ ବେସରକାରୀ କ୍ଷେତ୍ରରେ ଏସସି / ଏସଟି / ଓବିସି ପାଇଁ ସଂରକ୍ଷଣ ଲାଗୁ ନକରିବା କାରଣରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏଥିପାଇଁ ବହୁଜନ ମୁକ୍ତି ପାର୍ଟି ଓ ବିଏମଏମସିଇଏଫ୍ ଏକାଠି ହୋଇ କାମ କରୁଛି । ଏହା ବ୍ୟତୀତ ଆମକୁ ଚବହୁଜନ କ୍ରାନ୍ତି ମୋର୍ଚ୍ଚାର ବି ସମର୍ଥନ ମିଳିଛି ବୋଲି କହିଛନ୍ତି ।

 

Breaking News