Report Card Odisha

| Daily Odia News

ଏହି ଟ୍ରେନ ମାସେ ପାଇଁ ବାତିଲ……

ରିପୋର୍ଟ କାର୍ଡ / ଭୁବନେଶ୍ବର

ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ ଯାତ୍ରା ସମାପ୍ତ କରୁଥିବା ତିନି ଯୋଡ଼ା ଦୂରଗାମୀ ରେଳକୁ ଆଉ ଗୋଟିଏ ମାସ ପର୍ଯ୍ୟନ୍ତ ବାତିଲ କରାଯାଉଛି। ଏନେଇ ଆଜି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ପ୍ରତ୍ୟେକ ସୋମବାର ଏବଂ ଗୁରୁବାରରେ ଛାଡୁଥିବା ଭୁବନେଶ୍ୱର-ମୁମ୍ବଇ ଏଲଟିଟି ଏକ୍ସପ୍ରେସ ଜୁନ ୨୩ ପର୍ଯ୍ୟନ୍ତ ବାତିଲ ରହିବ। ମୁମ୍ବଇ ଏଲଟିଟିରୁ ପ୍ରତି ବୁଧବାର ଏବଂ ଶନିବାର ଛାଡୁଥିବା ମୁମ୍ବଇ ଏଲଟିଟି-ଭୁବନେଶ୍ୱର ଏକ୍ସପ୍ରେସ ଜୁନ ୧୮ ପର୍ଯ୍ୟନ୍ତ ବାତିଲ ରହିବ। ସେହିପରି ପୁରୀରୁ ପ୍ରତି ମଙ୍ଗଳବାର ଛାଡୁଥିବା ପୁରୀ-ମୁମ୍ବଇ ଏଲଟିଟି ଏକ୍ସପ୍ରେସ ଜୁନ ୨୧ ପର୍ଯ୍ୟନ୍ତ ଏବଂ ମୁମ୍ବଇ ଏଲଟିଟିରୁ ପ୍ରତ୍ୟେକ ଗୁରୁବାର ଛାଡୁଥିବା ମୁମ୍ବଇ ଏଲଟିଟି-ପୁରୀ ଏକ୍ସପ୍ରେସ ଜୁନ ୨୩ ପର୍ଯ୍ୟନ୍ତ ବାତିଲ ରହିବ। ବିଶାଖାପାଟଣାରୁ ପ୍ରତି ରବିବାର ଛାଡୁଥିବା ବିଶାଖାପାଟଣା-ମୁମ୍ବଇ ଏଲଟିଟି ଏକ୍ସପ୍ରେସ ଜୁନ ୧୯ ପର୍ଯ୍ୟନ୍ତ ଏବଂ ମୁମ୍ବଇ ଏଲଟିଟିରୁ ପ୍ରତି ମଙ୍ଗଳବାର ଛାଡୁଥିବା ମୁମ୍ବଇ ଏଲଟିଟି-ବିଶାଖାପାଟଣା ଏକ୍ସପ୍ରେସ ଜୁନ ୨୧ ପର୍ଯ୍ୟନ୍ତ ବାତିଲ ରହିବ। ଅନ୍ୟପଟେ ପୂର୍ବତଟ ରେଳପଥ ୱାଲଟିୟର ଏବଂ ସମ୍ବଲପୁର ରେଳମଣ୍ଡଳ ମଧ୍ୟରେ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଟ୍ରାକ ରକ୍ଷଣାବେକ୍ଷଣ ସହିତ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ନିମ୍ନଲିଖିତ ରେଳଗୁଡିକ ବାତିଲ କରାଯାଇଛି। ରେଳ ଗୁଡିକ ହେଲା, ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଣ୍ଟରସିଟି, ବିଶାଖାପାଟଣା-ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି, ବିଶାଖାପାଟଣା-ପଲାସା-ବିଶାଖାପାଟଣା ଏକ୍ସପ୍ରେସ, ବିଶାଖାପାଟଣା-କୋରାପୁଟ-ବିଶାଖାପାଟଣା ପାସେଞ୍ଜର ସ୍ପେଶାଲ, ପୁରୀ-ଗୁଣୁପୁର-ପୁରୀ ଏକ୍ସପ୍ରେସ ଏବଂ ପୁରୀ-ଅନୁଗୋଳ-ପୁରୀ ପାସେଞ୍ଜର ସ୍ପେଶାଲ ରେଳ ରହିଛି।

 

Breaking News