ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି | ୧୩ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର | ରାଜ୍ୟ ନିର୍ବାଚନ କମିଶନଙ୍କ ସ୍ପେଶାଲ ସେକ୍ରେଟାରୀ ରଘୁରାମ ଆର. ଆୟରଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷାର ନିର୍ଦ୍ଦେଶକ ସହ ଏସସିଇଆରଟି, ଓଡ଼ିଶାର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ରେଜିଷ୍ଟ୍ରାର ସୁଦାମ ଚରଣ ମଣ୍ଡଳଙ୍କୁ ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗର ଅତିରିକ୍ତ ନିର୍ଦ୍ଦେଶକ ଓ ଏକ୍ସ-ଅଫିସିଓ ସେକ୍ରେଟାରୀ ଭାବେ ନିଯୁକ୍ତି ଦିଆଯାଇଛି । ପାରାଦୀପର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ କାହ୍ନୁ ଚରଣ ଧୀରଙ୍କୁ ପାରାଦୀପ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି | ଖୋର୍ଦ୍ଧାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ଷ୍ଟିଲ ଓ ମାଇନ୍ସ ବିଭାଗର ଅତିରିକ୍ତ ସେକ୍ରେଟାରୀ ଭାବେ ନିଯୁକ୍ତି ମିଳିଛି । ପାରଦୀପ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସୌରିନ୍ଦ୍ର କୁମାର ରାଉତରାୟଙ୍କୁ ଏଚ ଆଣ୍ଡ ୟୁଡି ବିଭାଗର ଅତିରିକ୍ତ ସେକ୍ରେଟାରୀ ଭାବେ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ଡେପୁଟି କମିଶନର ସୁଭେନ୍ଦୁ କୁମାର ସାହୁଙ୍କୁ ଖୋର୍ଦ୍ଧାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ ଦିଆଯାଇଛି । ଢେଙ୍କାନାଳ ହିନ୍ଦୋଳର ସବକଲେକ୍ଟର ଉଦୟ କୁମାର ମହାପାତ୍ରଙ୍କୁ ଢେଙ୍କାନାଳ ଏଡିଏମ ଭାବେ ଦାୟିତ୍ୱ ଦିଆଯାଇଛି । ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ପୂଜା ମିଶ୍ରଙ୍କୁ ଏସ ଆଣ୍ଡ ଟି ବିଭାଗର ଯୁଗ୍ମ ସଚିବ, କନ୍ଧମାଳ ଡିଆରଡିଏର ଏପିଡି ନରେଶ ଚନ୍ଦ୍ର ସବରଙ୍କୁ ଫୁଲବାଣୀ ଆଇଟିଡିଏର ପିଏ, ବରୀର ବିଡିଓ ସିବାନନ୍ଦ ସ୍ୱାଇଁଙ୍କୁ ଢେଙ୍କାନାଳ ହିନ୍ଦୋଳର ସବକଲେକ୍ଟର, କେଉଁଝର ଆନନ୍ଦପୁର ଅତିରିକ୍ତ ସବକଲେକ୍ଟର ବରେଣ୍ୟେନ୍ଦୁ ମହାନ୍ତିଙ୍କୁ ଭୁବନେଶ୍ୱର ଇଡକୋର ଲ୍ୟାଣ୍ଡ ଅଫିସର, ଫୁଲବାଣୀ ଆଇଟିଡିଏର ପିଏ ବିରେନ୍ଦ୍ର କୁମାର ଦାସଙ୍କୁ ଗଜପତି ଚେଲିଗଡ଼ା ଇରିଗେସନ ପ୍ରୋଜେକ୍ଟର ସ୍ୱତନ୍ତ୍ର ଏଲଏଓ, ମୟୂରଭଞ୍ଜ ଡିଆରଡିଏର ଅତିରିକ୍ତ ପିଡି ପ୍ରିୟବ୍ରତ ପାଢ଼ୀଙ୍କୁ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ଡେପୁଟି କମିସନର ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..