ରିପୋର୍ଟ କାର୍ଡ / କଟକ
ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଥମିବାର ନାଁ ନେଉନାହିଁ । ଆଜି ପୁଣି ନୂଆ ମୋଡ ନେଇଛିବିବାଦ | କଟକ ସାଇବର ଥାନାର ଦ୍ୱାରସ୍ଥ ହୋଇ ସାଂସଦ ଅନୁଭବଙ୍କ ନାଁରେ ବର୍ଷା ପ୍ରିୟଦର୍ଶିନୀ ଏତଲା ଦେଇଛନ୍ତି । ଅନୁଭବ ଜାରି କରିଥିବା ଭିଡିଓ ବିରୋଧରେ ବର୍ଷା ଏତଲା ଦେଇଥିବା ଜଣାପଡିଛି । ଭିଡିଓ ସେୟାର କରି ଅନୁଭବ ଚରିତ୍ର ସଂହାର କରୁଛନ୍ତି ବୋଲି ବର୍ଷା ଅଭିଯୋଗ କରିଛନ୍ତି ।କିଛି ବ୍ୟକ୍ତି ତାଙ୍କ ଛବି ଖରାପ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ସେ କହିଛନ୍ତି । ସାଇବର ଥାନାରେ ୧୪/୨୦୨୨ରେ ମାମଲା ପଞ୍ଜୀକୃତ ହୋଇଛି । ତେବେ ପୂର୍ବରୁ ଅନୁଭବ ଏକ ଭିଡିଓ ରିଲିଜ୍ କରି ବର୍ଷାଙ୍କ ନାଁରେ କହିଥିଲେ, ଯାହାକୁ ନେଇ ବର୍ଷା ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ଅନୁଭବ ବାରମ୍ବାର ଭିଡିଓ ରିଲିଜ କରି ମୋ ନାରୀତ୍ୱକୁ ଅପମାନିତ କରୁଥିବା ବର୍ଷା ଅଭିଯୋଗ କରିଛନ୍ତି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..