ରିପୋର୍ଟ କାର୍ଡ / ପୁରୀ
ଆଗକୁ ଆସୁଛି ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା | ଆଜି ସେଥି ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା ୧୪ରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠତ ହେବ । ମଙ୍ଗଳାର୍ପଣ, ଡୋର ଲାଗି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି କରାଯିବ । ଭୋର ୪ଟାରୁ ପହଣ୍ଡି ଆରମ୍ଭ ହେବ ଏବଂ ୬ଟାରେ ଶେଷ ହେବ । ସକାଳ ୯ଟା୩୦ରୁ ୧୧ଟା୩୦ ମଧ୍ୟରେ ଜଳ ବିଜେ ଓ ପୂଜା କରାଯିବ । ସେହିପରି ୧୨ଟା ୧୫ରେ ଛେରା ପହଁରା ଏବଂ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ହାତୀ ବେଶ ସରିବ । ସକାଳେ ପରମାଣିକ ଟିକେଟ ଦର୍ଶନ ହେବ । ସ୍ନାନମଣ୍ଡପରେ ୩ ଘଣ୍ଟା ଧରି ମହାପ୍ରଭୁଙ୍କୁ ଦର୍ଶନ ସୁଯୋଗ ମିଳିବ । ଶ୍ରୀଜିଉଙ୍କୁ ସ୍ପର୍ଶ କରିପାରିବେନି ଭକ୍ତ । ସନ୍ଧ୍ୟା ୬ଟାରୁ ରାତି ୯ଟା ୩୦ ଯାଏ ସର୍ବସାଧାରଣ ଦର୍ଶନ କରିପାରିବେ । ରାତି ୧୦ଟାରେ ବାହୁଡା ପହଣ୍ଡି ଅନୁଷ୍ଠିତ ହେବ ଏବଂ ରାତି ୧ଟା ୩୦ରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..