Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି…..

ରିପୋର୍ଟ କାର୍ଡ / ଢେଙ୍କାନାଳ

ଭିଜିଲାନ୍ସ ହାତରେ ଧରାପଡିଛନ୍ତି କାମାକ୍ଷାନଗରର ଜଣେ କନିଷ୍ଠ କିରାଣି । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବିଇଓ ଅଫିସର କନିଷ୍ଠ କିରାଣି ଜୀବନାନନ୍ଦ ଶତପଥୀଙ୍କୁ ଧରିଛି ଭିଜିଲାନ୍ସ । ସ୍କୁଲ ଏରିଅର ବିଲ୍ କରାଇ ଦେବାକୁ କହି ପ୍ରଧାନଶିକ୍ଷକଙ୍କଠାରୁ ସେ ଲାଞ୍ଚ ନେଉଥିଲେ । ନିକଟରେ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଥିଲେ ପିଆଇଏ ପ୍ରୋଜେକ୍ଟ ଆସୋସିଏଟ । ପ୍ରୋଜେକ୍ଟ ଆସୋସିଏଟ ନଗେନ୍ଦ୍ରନାଥ ସ୍ୱାଇଁଙ୍କୁ ଧରିଥିଲା ଭିଜିଲାନ୍ସ । ପୋଖରୀ ଖୋଳା ବିଲ୍ କରାଇଦେବା ପାଇଁ ଲାଞ୍ଚ ନେବାବେଳେ ସେ ଧରାପଡ଼ିଥିଲେ ।

Breaking News